STORYMIRROR

Dambaru Gouda

Others

4  

Dambaru Gouda

Others

ଭାରତ ଜନନୀ

ଭାରତ ଜନନୀ

1 min
321

ଜୟ ମା ଭାରତ ଜନନୀ

ଚିନ୍ମୟୀ ଜଗଦ୍ଧାତ୍ରୀ ତୁ ମା

ମୁଗଧ୍ ମୁଁ ତୋ ଚରଣେ 

ଜୟ ମା ଭାରତ ଜନନୀ ।


ସୁଜଳା ସୁଫଳା ଶସ୍ୟ ଶାଳିନୀ

ସୁଭଦା ସୁଖଦା ସ୍ନେହ ପାଳିନି

କଲ୍ୟାଣୀ ମହାଲକ୍ଷ୍ମୀ ତୁ ମା

ମୁଗଧ୍ ମୁଁ ତୋ ଚରଣେ

ଜୟ ମା ଭାରତ ଜନନୀ ।


ମୋର କଣ୍ଠେ ତୁ ମା ଶୁଭ ଓଁକାର

ବେଦ ପୁରାଣର ମହା ଝଙ୍କାର

ସାରଦା ମହା ସରସ୍ଵତୀ ତୁ ମା

ମୁଗଧ୍ ମୁଁ ତୋ ଚରଣେ

ଜୟ ମା ଭାରତ ଜନନୀ ।


ମୋର ସକଳ ଦୁର୍ଗତି ନାଶିନୀ

କୋଟି ଦୁଷ୍ଟ ଜନ ସଂହାରିଣୀ

ରୁନ୍ଦ୍ରା ତୁ ମହାଦୁର୍ଗା ମା

ମୁଗଧ୍ ମୁଁ ତୋ ଚରଣେ

ଜୟ ମା ଭାରତ ଜନନୀ ।


ସମର୍ପିତ ମୋର ତନୁ ମନ ଧନ

ତୋ ପାଦରେ ମା ଏ ତୁଚ୍ଛ ଜୀବନ

ବିଶ୍ଵ ରୂପା ଜଗଦମ୍ବା ମାଆ

ମୁଗଧ୍ ମୁଁ ତୋ ଚରଣେ

ଜୟ ମା ଭାରତ ଜନନୀ ।''



Rate this content
Log in