ଶୀତରାଣୀ
ଶୀତରାଣୀ
1 min
138
ପୌଷେ ଆସି ମାଘେ ଯିବା ତାହାର ସ୍ଵଭାବ
ତାହାକୁ ବା କିଏ ପାଶୋରି ପାରିବ ।
କାକର ଭିଜା ପ୍ରଭାତେ କଅଁଳିଆ ଖରା ,
ଫୁଲ,ଫଳରେ ସୁଗନ୍ଧେ ପୁରେ ଗଗନ ଧରା ।
ପିଢାରୁ ଉଠଇ ଧୂଆଁ ସୁନିଲ ଗଗନେ,
ପତ୍ରରେ ପଢି ଶିଶିର ଝଟକନ୍ତି ଯେହ୍ନେ ।
କମ୍ବଳ ସାଙ୍ଗକୁ ଧରା ସୁଖଇ ଖରାରେ ,
ଅତି ସୁନ୍ଦର ଦିଶେ ଧରା ଶୀତର ଆସନ୍ନେ ।
ସୁନ୍ଦର ପରିବେଶ କି ମନଲୋଭା ,
ରାଜାକୁ ମାନଇ ଯେହ୍ନେ ରାଜ ମୁକୁଟ ର ଶୋଭା ।
ଦଦରା ବୁଢୀ ମୁଣ୍ଡଯାକି ବସିଥାଏ ପିଣ୍ଡାରେ,
ନାଲିଆ ଚା ର ମଜା ନେଉଥାଏ ସଞ୍ଜେ ସକାଳେ ।
ଚାଷୀ ଭାଇ ଚାଲେ କାନ୍ଧେ ଧାନ ଭାର ବୋହି,
ଖଳା ବାଡ଼ିରେ ଥକା ମାରୁଥାଏ ଚାଷକୁ ସରାଇ ।
