STORYMIRROR

Bibhutibhusan Majhi

Inspirational Others

4  

Bibhutibhusan Majhi

Inspirational Others

ମଡର୍ଣ୍ଣ ବୋହୁ

ମଡର୍ଣ୍ଣ ବୋହୁ

1 min
255

ଗାଁ କନିଆ ସିଙ୍ଗାଣିନାକୀ

ଦୂର ପରବତ ସୁନ୍ଦର

ଛଦେଶରୁ ବାଛି କନିଆ ଆଣିଲି

ମନରେ କେତେ ଲୋ ହୁନ୍ଦର?


ଘରେ ପଶୁ ପଶୁ ପୁଅ କହେ ମାଆ

କଲେଜରୁ ସିଧା ଲେଉଟି

ବାହା ହେଲା, ହାତ ଦେଖୁନୁ କଅଁଳ

ଜାଣେନାହିଁ କାମ ପାଇଟି ।୨।


କହିବନି ତାକୁ ରୋଷେଇବାସ

ଖରଡ଼ି ଜାଣିନି ଶାଗ

ଘର ଲିପା ପୋଛା କଲେ ପଡ଼ିଯିବ

କଅଁଳ ହାତରେ ଦାଗ ।୩।


ଜାଣିଲଣି ଆଗୋ ଗୁରୁବାରୀ ମାଆ

ଲୁଗାଖଣ୍ଡେ ପିନ୍ଧି ଜାଣିନି

ରାତିରେ ଦିଖଣ୍ଡ କ’ଣ ପିନ୍ଧୁଛି

କେତେ ମୁଁ କହିବି ବାହୁନି ।୪।


କଲେଜରୁ ପୁଅ ଝିଅ ଦଳେ ଆସି

ମିଳିଗଲେ ନାହିଁ ଶରମ

ହାତ ଧରାଧରି କେତେ କୋଳାକୋଳି 

ବୁଡ଼ିଲା ସଂସ୍କାର ଧରମ ।୫।


ପୁଅ ତ ତାଗିଦ୍‌ କଲାନି ବୋହୁକୁ

ଜାଣେନା ସଂସାର ନୀତି

ତେଣୁ ଗୋ ବଉଳ ପୁଅବୋହୁ ମୋର

ସହରକୁ ଗଲେ ଶାନ୍ତି ।୬।


ଇଏ କ’ଣ ହେଲା ଦେଖିଲୁ ବଉଳ

ଦେହରେ ଫୁଟୁଛି ଖଇ

ବାପ ପୁଅ ଗଲେ ଡିଉଟିକୁ ଚାଲି

କ’ଣ କରିବି ମୁହିଁ ।୭।


ପେଣ୍ଟିଙ୍ଗ ହେଇ ଜିନ ଟପ୍ ପିନ୍ଧି

ଚପଲ ଗୋଡ଼ରେ ଠିଆ

କହିଲା ମାଆ ଗୋଡ଼ ବଢ଼େଇଲ

ମାରିବି ମୁହିଁ ମୁଣ୍ଡିଆ ।୮।


ଗୋଡ଼ ଛୁଇଁ ହାତ ମାରିଲା କପାଳେ

କହିଲା ୧୦୨ ହେବ ଜ୍ୱର

କୁଣ୍ଡାଇ ମା’ ମୁଣ୍ଡ ପିନ୍ଧାଇଲା ଶାଢ଼ି

ଗ୍ଯାରେଜରୁ ଆଣେ କା’ର ।୯।


ଡାକ୍ତର ଦେଖାଇ ମେଡ଼ିସିନ୍ କିଣି

ଘରେ ଆଣି ବସାଇଲା

ଉଷୁମ ପାଣିରେ ପୋଛାପୋଛି କରି

ସାଗୁଦାନା ଖୁଆଇଲା ।୧୦।


ଔଷଧ ଖୁଆଇ ମୋଟା ଚଦର

ଢ଼ାଙ୍କି ଶୁଆଇଲା ଶେଯେ

ନିଦ ଆସିଗଲା ବେଳେକେ ଭାଙ୍ଗିଲା

ହାତ ଘଷା ଯେବେ ବାଜେ ।୧୧।


କହିଲା ମା’ ଜ୍ୱର ଆଉ ନାହିଁ ଦେହେ

ଚାହା ଟିକେ କରି ଦେବି

ମା’ ଚଟ୍‌ କରି ଉଠି କୁଣ୍ଢାଇଲେ

ବୋହୁ ମୁଣ୍ଡ ଦେଲେ ଚୁମି ।୧୨।


ଆଖିରୁ ଦି ଟୋପା ଲୁହ ବହିଗଲା

ତୋ ବାପା ମାଆକୁ ଜୁହାର

କେତେ କଥା ତୋତେ ଶିଖେଇଛନ୍ତି

ଏବେ ତୁହି ଝିଅ ମୋ’ର ।୧୩।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational