Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Tarun kumar Mishra

Inspirational

4  

Tarun kumar Mishra

Inspirational

ଦେବଦେବ ମହାଦେବ ବନ୍ଦନା

ଦେବଦେବ ମହାଦେବ ବନ୍ଦନା

1 min
252



ଜୟଦେବଦେବ ତୁମେ ମହାଦେବ

     ଜୟ ଶିବ ଶମ୍ଭୁ ଶଙ୍କର ,

ଜୟ ଉମାପତି   ଜୟ ପଶୁପତି

    ତୁମେ ସତ୍ଯ ଶିବ ସୁନ୍ଦର ।


ତୁମେ ହରିହର  ତୁମେ ମହେଶ୍ବର 

    ଜଗତ କଲ୍ଯାଣ କାରଣ ,

ହେ ଚନ୍ଦ୍ରଶେଖର  ଶ୍ରୀଧବଳେଶ୍ବର   

    ତୁମ ପାଦେ ଦିଅ ଶରଣ ।


ତ୍ରୟମ୍ବକେଶ୍ବର   ମହାକାଳେଶ୍ବର

    ଗୁପ୍ତେଶ୍ବର ଭୀମ ଶଙ୍କର ,

ଆହେ ବାବାମଣି  ଆଖଣ୍ଡଳମଣି

     ଲିଙ୍ଗରାଜ ଭାସ୍କରେଶ୍ବର ।


ତୁମେ ଆଶୁତୋଷ  ଅଳପେ ସନ୍ତୁଷ୍ଟ

    ଅର୍ଦ୍ଧଚନ୍ଦ୍ର ଶୋହେ ମସ୍ତକେ ,

ବଳ୍ କଳ ଧାରଣ  ଦୁଷ୍ଟବିନାଶନ

    ତୁମ ରୂପ କାନ୍ତି ଝଟକେ ।


ଗଙ୍ଗା ଶିରେ ବହି  ନୀଳକଣ୍ଠ ହୋଇ

   ସର୍ପମାଳା ଗଳେ ଲମ୍ବାଇ ,

ବ୍ଯାଘ୍ରଛାଲଦେହେ  ବିଭୂତିଶରୀରେ

   ନଂଦୀ ଭୃଙ୍ଗୀ ପାଶେ ବସାଇ ।


ତୁମେ ହିଁ ପ୍ରଳୟ   ତୁମେ ମହାକାଳ

    ତୁମେ ବିଶ୍ବନାଥ କେଦାର ,

ତୁମେ ଗଙ୍ଗାଧର  ତୁମେ ରାମେଶ୍ବର

     ବମ୍ ବମ୍ ଭୋଳା ଶଙ୍କର ।


ତୁମେ ସୃଷ୍ଟି ସ୍ଥିତି  ତୁମେ ପୁଣି ଇତି

   ଏ ସଂସାର ତୁମ କାରଣ ,

ଧର୍ମ ସଂସ୍ଥାପିବ   ଅଧର୍ମ ନାଶିବ 

    ତୁମେ ସଦାଶିବ ପ୍ରଣାମ ।


ଆଜିଏହିପୁଣ୍ଯ ମାସ ଯେ ଫାଲ ଗୁନ

   କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ,

ଦିଅ ଶୁଭାଶିଷ  ହେ ପ୍ରଭୂ ମହେଶ

    ଭରିଦିଅ ସୁଖ ଶାନ୍ତିରେ ।



Rate this content
Log in

Similar oriya poem from Inspirational