Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Tarun kumar Mishra

Abstract Inspirational Others

4  

Tarun kumar Mishra

Abstract Inspirational Others

ଏକତା ହିଁ ବଳ

ଏକତା ହିଁ ବଳ

1 min
220



ଗୋଟିଏ କାଠିକୁ ଭାଙ୍ଗି ଦିଅ ତୁମେ

ସହଜ ଲାଗଇ ଭାରି ,

ଗୁଡ଼ାଏ କାଠିକୁ ଧରିଲେ ଏକାଠି

ଭାଙ୍ଗିବନି ଯିବ ହାରି ।


ସେଥି ପାଇଁ ପରା ଲୋକ କଥା ଅଛି

ଯୋଡ଼ାକୁ ଘୋଡ଼ା ନ ପାରେ ,

ମିଳି ମିଶି ଯଦି କରିବାରେ କାମ

ସଫଳତା ଆସି ପାରେ ।


ପିମ୍ପୁଡ଼ି ଓ ଜନ୍ଦା ଦେଇଥାନ୍ତି ଶିକ୍ଷା

ଏକତା ରଖିବା ପାଇଁ ,

ବିନ୍ଦୁ ବିନ୍ଦୁ ବର୍ଷା ଜଳ ବହିକରି

ନଦୀ ରୂପେ ଯାଏ ବହି ।


ପୂର୍ବେ ଆମ ଦେଶେ ଏକତା ନଥିଲା

ବିଦେଶୀ ଶାସକ ଗଣ ,

ଆମରି ଉପରେ ଅତ୍ଯାଚାର କରି

ଚଳାଇ ଥିଲେ ଶାସନ ।


ମିଳିମିଶି ଆମେ କରିବାରେ କାମ

ଲାଗିବାନି ପାଟି ଗୋଳ ,

ସହଜ ଲାଗିବ ସହଳ ସରିବ

ଯେଣୁ ଏକତା ହିଁ ବଳ ।


ବ୍ରିଟିଶ ଶାସନ ହେଲା ଥରହର

ଗାନ୍ଧୀଙ୍କ ଡାକରା ପାଇ ,

ହୋଇଲେ ଏକାଠି ଏ ଭାରତ ବାସୀ

ଦେଶ ସ୍ବାଧୀନତା ପାଇଁ ।


ସ୍ବାଧୀନତା ପରେ ଆମେ ଦେଶବାସୀ

ତ୍ରିରଙ୍ଗା ପତାକା ଧରି ,

ରହିଛୁ ଏକାଠି ରହିବୁରେ ମଧ୍ଯ

ଜୟହିନ୍ଦ୍ ଆମେ କହି ।


ଜାତି ଭାଷା ଧର୍ମ ଅଲଗା ହେଲେ ବି

ଆମେ ସବୁ ଭାରତୀୟ ,

ଗୋଟିଏ ସ୍ବରରେ ଗାଇବା ମିଶିକି 

ଭାରତ ମାତା କି ଜୟ ।


Rate this content
Log in

Similar oriya poem from Abstract