Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Tarun kumar Mishra

Abstract Others

4  

Tarun kumar Mishra

Abstract Others

ନେତାଜୀ ଏ ଦେଶ ତୁମକୁ ଝୁରେ

ନେତାଜୀ ଏ ଦେଶ ତୁମକୁ ଝୁରେ

1 min
249



ଭାରତ ମାତାର  ସୁଯୋଗ୍ଯ ସନ୍ତାନ 

    ଓଡ଼ିଆ ବଜାର ପୁଅ 

ପିତା ଯେ ଜାନକୀ  ମାତାପ୍ରଭାବତୀ

    ସୁଭାଷ ହିଁ ପରିଚୟ ।

ତୁଳସୀ ପରାଏ   ବାସୁଥଲ ଆହା

    କହେ ତୁମ ପିଲାଦିନ ,

ଦୁର୍ଦ୍ଦଷ ବୀର  ହେ ପ୍ରିୟ ନେତାଜୀ 

    ଘେନ ଆମର ପ୍ରଣାମ ।

ରେଭେନ୍ସାସ୍କୁଲର  ଛାତ୍ରଥିଲତୁମେ 

    ଚତୁର୍ଥ ଶ୍ରେଣୀରୁ ଆସି ,

ଏକାଦଶ ଯାଏଁ  ପଢ଼ିଲ ସେଠାରେ

     ସାଙ୍ଗମେଳେ ଖେଳିହସି ।

ଦଶମଶ୍ରେଣୀରେ  ସହପାଠୀମେଳେ

     ମହାମାରୀ ବସନ୍ତକୁ ,

ବେଖାତିର କରି  କଲ ଜନସେବା 

     ଲୋକଙ୍କୁ ବଞ୍ଚାଇବାକୁ ।

ବିବେକାନନ୍ଦଙ୍କ   ଆଦର୍ଶକୁ ତୁମେ

    ଜୀବନେ ଲଗାଇ ଦେଲ ,

ଓଡ଼ିଶାରୁ ଯାଇ   ଭାରତ ବାହାରେ

    ବିଶ୍ବନେତା ବନିଗଲ ।

ରକତ ମାଗିଲ   ମୁକତ କଣ୍ଠରେ

   ସ୍ବାଧୀନତା ଦେବା ପାଇଁ ,

ତୁମ ଏ ଡାକରା  ତମାମ୍ ଦେଶରେ

    ସୃଷ୍ଟି କଲା ହଇଚଇ ।

ଆଜାଦ ହିନ୍ଦ୍    ଫଉଜ ଗଢ଼ିଲ

   ଯୁଦ୍ଧ ବନ୍ଦୀ ସୈନ୍ଯ ନେଇ ,

ଦିଲ୍ଲୀ ଚଲୋ ତୁମ  ଡାକରା ଶୁଣିକି

    ଫିରିଙ୍ଗି ଭୟେ କମ୍ପଇ ।

ଜର୍ମାନ ଜାପାନ  ସିଙ୍ଗାପୁର ବର୍ମା

    ଠାରୁ ପାଇ ସମର୍ଥନ ,

ମନୋବଳ ତୁମ  ବଢ଼ିଗଲା କାହିଁ

   ଦେଶ ମୋ ହେବ ସ୍ବାଧୀନ ।

ସ୍ବାଧୀନ ହୋଇଲା  ଆମର ଏଦେଶ 

     ତୁମ ଅବର୍ତ୍ତମାନରେ ,

କାହିଁ ରହିଗଲ   ହେପ୍ରିୟ ନେତାଜୀ

     ଏ ଦେଶ ତୁମକୁ ଝୁରେ ।

          

           ଜୟ ହିନ୍ଦ୍।


Rate this content
Log in

Similar oriya poem from Abstract