Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Tarun kumar Mishra

Others Children

4  

Tarun kumar Mishra

Others Children

ମୁଁ ପରଜାପତି

ମୁଁ ପରଜାପତି

1 min
225



ପରଜାପତି ମୁଁ ପରଜାପତି

ବାଡ଼ି ବଗିଚାରେ ବୁଲୁ ଥାଏଟି

ଫୁଲରୁ ଫୁଲକୁ ଉଡ଼ି ବୁଲୁଥାଏ

ଅତି ସୁକୁମାର ମୋର ତନୁଟି ।


ରଙ୍ଗୀନ ଅଟଇ ଶରୀର ମୋର

ପିଲାଏ କରନ୍ତି ମୋତେ ଆଦର

ଧରିବାକୁ ମୋତେ ଆସନ୍ତି ଛପିକି

ଉଡ଼ିଯାଏ ମୁହିଁ ହଲାଇ ପର ।


ମାଆ ମୋର ଅଣ୍ଡା ଦିଏ ପତରେ

ଅଣ୍ଡା ଦେଇ ସାରି ଯାଏ ମରିରେ

ସେହି ଅଣ୍ଡା ଫୁଟି ହୁଏ ସଂବାଳୁଆ

ଦେହ ମୋର ଭର୍ତ୍ତି ଥାଏ କଣ୍ଟାରେ ।


ଗଛର କଅଁଳ ପତର ଖାଇ

କିଛି ଦିନ ପାଇଁ ପଡ଼େ ମୁଁ ଶୋଇ

ଉଠିଲା ବେଳକୁ ପର ଲାଗିଥାଏ

ରଙ୍ଗୀନ ହୋଇ ମୁଁ ଯାଅଇ ଉଡ଼ି ।


ଅତି ନିରୀହ ମୁଁ ଛୋଟିଆ ପ୍ରାଣୀ

ହେଲେ କାମ ମୋର ମହତ ଜାଣି

ଫୁଲରୁ ଫୁଲକୁ ଯାଏ ଉଡ଼ି ଉଡ଼ି

ପରାଗ ର ରେଣୁ ନିଅଇ ଟାଣି ।


ପରାଗ ସଙ୍ଗମ କାମରେ ମୋର

ଛୋଟ ସହଯୋଗ ଥାଏ ଅପାର

ମହତଆକାଂକ୍ଷା ଭରିମୋରଦେହେ 

ଈଶ୍ବର କରାନ୍ତି ସେ ଉପଚାର ।


Rate this content
Log in