Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Tarun kumar Mishra

Others

4  

Tarun kumar Mishra

Others

ଲୁହ ମୋର ସାଥୀ

ଲୁହ ମୋର ସାଥୀ

1 min
236



ଏହି ଦୁନିଆଁରେ ସାଥୀ କିଏ ଥରେ

ଭାବି ଦେଖ ମନେ ମନେ ,

ସୁଖରେଦୁଃଖରେ ଥାଏ ପାଶେପାଶେ

ଛାଡ଼ି ନଯାଇକି ଦିନେ ।

ବାପା ମାଆ ଭାଇ ସଖା ସହୋଦର

ଦିନେ ବି ଯାଆନ୍ତି ଛାଡ଼ି ,

ମାନବ ଶରୀର ନଶ୍ବର ଯେଣୁ ସେ

ପ୍ରାଣ ପକ୍ଷୀ ଯାଏ ଉଡ଼ି ।

ଦେହର ଛାଇ ବି ଅନ୍ଧାର ହୋଇଲେ

ପାଶେ ରହି ପାରେ ନାହିଁ ,

ପ୍ରାଣ ପକ୍ଷୀ ମଧ୍ଯ ଅନ୍ଯ ଘଟ ପାଇ

ଚାଲିଯାଏ ପୁଣି କାହିଁ ।

ହେଲେ ଆଖି ଲୁହ କୌଣସି ସ୍ଥିତିରେ

କରି ନଥାଏ ଟି ପର ,

ମନ ଭାବନାକୁ ସଫା ସୁତରରେ

କରଇ ପ୍ରକାଶ ତା'ର ।

ଅନ୍ତର ବେଦନା ଆନନ୍ଦ ମୂର୍ଚ୍ଛନା

ଯେବେ ଜାଗେ ହୃଦୟରେ ,

ଆଖି ବାଟ ଦେଇ ଲୁହ ଦୁଇଟୋପା

ଝରିଯାଏ ନିର୍ବିଘ୍ନରେ ।

ଆଶାଠୁଁ ଅଧିକ ପାଇଲେ ସହଜେ

ଆନନ୍ଦାଶ୍ରୁ ଆସେ ବହି ,

ଅତି ପ୍ରିୟ ବସ୍ତୁ ହରାଇଲେ ଦୁଃଖେ

ଲୋତକ ପଡ଼ଇ ଝରି ।

ମନର ଭାବନା ଆସଇ ଯେବେଳେ

ଅପ୍ରତ୍ଯାଶିତ ସ୍ବରୂପେ

ଅଶ୍ରୁ ବିଗଳିତ ହୁଅଇ ନୟନୁଁ

ସେହି ଭାବନା ପ୍ରକାଶେ ।

ସୁଖରେ ଦୁଃଖରେ ଲୁହ ମୋର ସାଥୀ

ଥିବା ଯାଏ ଦେହେ ପ୍ରାଣ ,

ହେ ଲୁହ ତୁମକୁ କରୁଛି ସଲାମ

ରୁହ ସାଥୀ ଚିର ଦିନ ।



Rate this content
Log in