STORYMIRROR

Tarun kumar Mishra

Others

4  

Tarun kumar Mishra

Others

ହେ ଅମୃତ ତୁମେ ଝରିଆସ

ହେ ଅମୃତ ତୁମେ ଝରିଆସ

1 min
347


ହେ ଅମୃତ ତୁମେ ଝରିଆସ ଆଜି

କୁଳୁ କୁଳୁ ହୋଇ ଝରଣା ବାରି,

ସ୍ଥାବର ଜଙ୍ଗମ କୀଟ ତରୁଲତା

ହୁଅନ୍ତୁ ଆଶ୍ବସ୍ତ ତା' ପାନ କରି ।

ତୁମ ମିଠା ବାରି ରକତ ପରାଏ

ଚରିଯାଉ ସାରା ଶରୀରେ ଆମ,

ଆତ୍ମା ବନିଯାଉ ଅମୃତମୟରେ

ତୁଣ୍ଡେ ଝରୁଥାଉ ପ୍ରଭୂଙ୍କ ନାମ ।


ହେ ଅମୃତ ତୁମେ ଝରିଆସ ପୁଣି

ମାଆ ବକ୍ଷୁ ହୋଇ ଜୀବନଧାରା,

ପରିପୃଷ୍ଟ ହେଉ ଶିଶୁର ଶରୀର 

ମଧୁମୟ ହେଉ ଜଗତ ସାରା ।

ଜନନୀର ସ୍ନେହ ହେଉ ଶିଶୁପାଇଁ

ନବ କାକଳିର ପୁଣ୍ୟ ପ୍ରଭାତ,

ସୁଧାବାରି ସମ ପାନ କରି ଶିଶୁ

ହସି ହସାଇବ ସାରା ଜଗତ।


ଅମୃତ ହେ ତୁମେ ଝରିଆସ ବାରେ

କଅଁଳ ଶିଶୁର ଓଷ୍ଠ ଧାରରୁ,

ତା ଦରୋଟି ଭାଷା, ତା'ମନର କଥା

ଫୁଟିଉଠୁ ସେହି ହସ ଫୂଆରୁ

ଶିଶୁ ହସିଲେରେ ଦୁନିଆଁ ହସିବ 

ଶିଶୁମୟ ହେବ ଜଗତ ଆମ,

ବିଶ୍ବ ନିୟନ୍ତାଙ୍କ ଆଶିଷର ବାରି

ପ୍ଲାବନ କରିବ ସବୁରି ମନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍