Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Tarun kumar Mishra

Classics Inspirational

4  

Tarun kumar Mishra

Classics Inspirational

ଶିବ ବନ୍ଦନ

ଶିବ ବନ୍ଦନ

1 min
250



ଜୟ ଦେବ ଦେବ  ଜୟ ମହାଦେବ

      ତୁମେ ଶୁଭଫଳ ଦାତା ,

ପାପ କର ନାଶ   ହେ ପ୍ରଭୁ ମହେଶ

      ଜୟ ଜଗତର ପିତା ।

ପ୍ରତୀକ ଶୂନ୍ଯରେ  ଜଟା ମସ୍ତକରେ

     ଜାହ୍ନବୀଙ୍କୁ ଅଛ ବହି ,

ଗଳେ ସର୍ପ ଶୋହେ ମନେ ହିଂସା ବହେ

     ତଥାପି ଆୟତ୍ତେ ଥାଇ ।

ମନର ପ୍ରତୀକ    ଚନ୍ଦ୍ରମା ବହିଛ

    ଶାନ୍ତ ଉଜ୍ଜ୍ବଳ ଜାଗ୍ରତ ,

ଆହେ ତ୍ରିଲୋଚନ  ଭୂତ ବର୍ତ୍ତମାନ

    ସାଥେ ଧରି ଭବିଷ୍ଯତ ।

ମୃତ୍ଯୁକୁ କରିଛ  ତୁମେ ବଶୀଭୂତ

     ମୁଣ୍ଡମାଳ ଗଳେ ବହି ,

ବୃଷଭ ବାହନ    ଆହେ ପଞ୍ଚାନନ

     ଧର୍ମର ପ୍ରତୀକ ସେହି ।

ହିଂସା ଅହଙ୍କାର   ଚରିତ୍ର ବ୍ଯାଘ୍ରର

    ତାକୁ ବଶ ତୁମେ କରି ,

କରି ପରିଧାନ   ତୁମେ ବ୍ଯାଘ୍ର ଚର୍ମ

    ଆୟତ୍ତରେ ତାହା ଧରି ।

ବୃହସ୍ପତି ଶୁକ୍ରାଚାର୍ଯ୍ଯ ତୁମ ଶିଷ୍ଯ

    ଭେଦଭାବ ନାହିଁ ମନେ ,

ତୁମେ ହିଁ ଅଘୋର  ହେ ଶିବଶଙ୍କର

     ମହାକାଳ ସ୍ବୟଂ ତୁମେ ।

ଜ୍ଞାନର ପ୍ରଥମ    କିରଣ ଦର୍ଶନ 

     କରାଇଛ ଜଗତରେ ,

ସଂସାରରେ ରହି  ସଂସାରୀ ନହୋଇ

     ଶିକ୍ଷା ଦେଉଛ ଆମରେ ।

ତୁମେ ଆଶୁତୋଷ   ଅଳପେ ସନ୍ତୁଷ୍ଟ

     ତପେ କୋପେ ଦିଅ ବର ,

ତୁମେ ଉମାପତି   ଆହେ ପଶୁପତି

     ସତ୍ଯ ଶିବ ଓ ସୁନ୍ଦର ।

ସଂସାର ଦୁର୍ଗତି   କର ତୁମେ ଇତି

     ଖୋଲି ତୃତୀୟ ନୟନ ,

ଶରଣ ମାଗଇ   ତୁମ ପାଦେ ପଡ଼ି

     ଏ ତରୁଣ ଅକିଞ୍ଚନ ।



Rate this content
Log in

Similar oriya poem from Classics