Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Tarun kumar Mishra

Classics

3  

Tarun kumar Mishra

Classics

ଆମ ବାଲିଯାତ୍ରା ଆମ ସଂସ୍କୃତି

ଆମ ବାଲିଯାତ୍ରା ଆମ ସଂସ୍କୃତି

1 min
123



ହଜାରେ ବର୍ଷ କଟକରେ ଯେ

ଏବେ ବାଲି ଯାତରା

ପଡ଼ିଛି ଆସ ଦେଖିବା ବୁଲି

କଟକ ଭାଇଚାରା ।

ମହାନଦୀର ଗଡ଼ ଗଡ଼ିଆ

ଘାଟ ରହିଛି ଚାହିଁ

ଏହି ଘାଟରୁ କେତେ ବୋଇତ

ଯାଇଛି ଦୂର ଭୂଇଁ ।

ଏ ମହାନଦୀ ଆମର ମାଆ

ଆମ ଜୀବନ ରେଖା

ତାହାରି କୂଳେ ସଂସ୍କୃତି ଆଉ

ପରମ୍ପରାର ଦେଖା ।

ସେହି ସଂସ୍କୃତି ଓ ପରମ୍ପରା

ଜଗନ୍ନାଥଙ୍କ ନାମେ

ସାରା ବିଶ୍ବରେ ସୁପରିଚିତ

ମାନବବାଦୀ ପ୍ରେମେ ।

ଆମର ଧାନ ପାନ ଓ ମୀନ

ଗୁଆ ନଡ଼ିଆ ଯେତେ

ବାଦାମ ବିରି ମୁଗ ସୋରିଷ

ରାଶି କଦଳୀ କେତେ ।

ଏସବୁ ଧରି ସାଧବ ପୁଅ

ଦୂର ଦେଶକୁ ଯାଇ

ବିକି ସେଠାରୁ ଧନ ରତନ 

ଆଣୁ ଥିଲା ସେ ବହି ।

ଆମ ସଂସ୍କୃତି ପରମ୍ପରାର 

ଛାପ ସେ ଦେଶେ ମିଳେ

ବସୁ ଧଇବ କୁଟୁମ୍ବକମ୍ ଏ 

ନୀତି କୁ ଧରି କୋଳେ ।

ଭାଇଚାରାର ସଂସ୍କୃତି ଆମ

ଓଡ଼ିଆ ଠାରୁ ଶିଖି

ସେ ଦେଶ ମାନେ ନିଜ ଭିତରେ 

ସେହି ସମ୍ପର୍କ ରଖି ।

ପରଷ୍ପରର ସୁବିଧା ଆଉ 

ଅସୁବିଧାରେ ମିଳି

କରିଥାନ୍ତି ଯେ ସାହାଯ୍ଯ ସଙ୍ଗେ

ବିଶ୍ବ ଶାନ୍ତିରେ ଭଳି ।

କର୍ପୂର ସିନା ଯାଇଛି ଉଡ଼ି

ପଡ଼ି ରହିଛି କନା

ଓଡ଼ିଆ ପୁଅ ପାଇ ଅତିଥି

କରେ ସତ୍କାର ନାନା ।

ନୋଉ ବାଣିଜ୍ଯ ସଂସ୍କୃତି ଆଉ

ବୋଇତ ପରମ୍ପରା

ଧରି ରଖିଛି କଟକେ ଆମ

ଏହି ବାଲି ଯାତରା ।

ବୋଇତ ନାହିଁ କେଉଁ କାଳରୁ

ଏବେ ଶୁଖିଲା ନଈ

ତଥାପି ସେହି ସ୍ମୃତି କୁ ତାଜା

କରେ କଟକ ରହି ।


Rate this content
Log in

Similar oriya poem from Classics