Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nrusingha Narayan Triphathy

Classics Others

4  

Nrusingha Narayan Triphathy

Classics Others

ଦେବୀ ବାସନ୍ତୀ

ଦେବୀ ବାସନ୍ତୀ

1 min
363



ବସନ୍ତ ଆଗମନେ ଧରାରେ ଦେବୀ

ଦୁର୍ଗା କାଉଁରୀ ରୂପେ ପାଦକୁ ସେବୀ ଯେ l


ଚୈତ୍ରମାସେ ବାସନ୍ତୀ ଚଣ୍ଡୀକା ରୂପେ 

ରାମଚନ୍ଦ୍ର ଠାକୁର ମନରେ ଜପେ ଯେ l


ନବମୀର ତିଥି ରେ ପୀଠର ସ୍ଥଳେ

କମଳ ଦେଇକରି ପାଦର ତଳେ ଯେ l


କୃପାଭିକ୍ଷା କରିକି ସମର ଯାଏ

ଅଜୟୀ ରାବଣର ପ୍ରାଣକୁ ନିଏ ଯେ l


ଦୁର୍ଗାମାତା ଜୟନ୍ତୀ ଭୁବନେ -ଶ୍ୱରୀ 

ଦୁର୍ଗତିନାଶିନୀ ମା ତ୍ରିଶୂଳ ଧାରୀ ଯେ l


ଅଭୟ ପ୍ରଦାୟନୀ ମାଆଗୋ ତାରା

ଦୁଃଖ ବିନାଶନୀ ପାଳୁତୁ ଧରା ଯେ l


ସତ୍ୟ ସ୍ୱରୂପିଣୀ ମା ଅଧର୍ମ ତାରୁ 

ଧର୍ମର ସୁରକ୍ଷାରେ ଅସତ୍ୟ ମାରୁ ଯେ l


ଋତୁରାଜ ସ୍ପର୍ଶରେ ପ୍ରକୃତି ମାତା

ପୁଷ୍ପଭରା ସ୍ୱାଗତ ବାସନ୍ତୀ ମାତା ଯେ l


ନାନା ପୁଷ୍ପେ ମଣ୍ଡିତ ଧରିକି ଦେହେ

ମଲ୍ଲୀ ମାଳତୀ ଚମ୍ପା ମନକୁ ମୋହେ ଯେ l


ନବରାତ୍ରି ଦେବୀଙ୍କ ଧ୍ୟାନରେ ଭକ୍ତ

ତପ ବ୍ରତ ଯଜ୍ଞରେ ଆନନ୍ଦ ଚିତ୍ତ ଯେ l


ଆମ୍ବବନେ କୋଇଲି ମଧୁର ସ୍ୱରେ

ଉତ୍ସାହେ ଗୁଣ ଗାନ ତୁମର କରେ ଯେ l


ଶାନ୍ତି ପାଇଁ ସରବେ ପ୍ରଣତି ଢାଳୁ

ଆଶିଷ ଦିଅ ମାଗୋ ପ୍ରଦୀପ ଜାଳୁ ଯେ l


Rate this content
Log in

Similar oriya poem from Classics