Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Classics Inspirational

3  

KRUTIBAS NAYAK

Classics Inspirational

ମୋତେ ଶିଖାଇଲା କିଏ ?

ମୋତେ ଶିଖାଇଲା କିଏ ?

1 min
225


ଚିତ୍ର ଚରିତ-6


ନିଷ୍ପାପ ଶରୀର ସରଳ ହୃଦୟ ନେଇ ମୁଁ ଜନମି ଥିଲି,

ବଡ଼ ହେବାପରେ ଖରାପ ମଣିଷ ନାମେ ପରିଚିତ ହେଲି |

ମିଛକଥା କୁହା ମାଉଁସ ଖାଇବା ହିଂସା ଶିଖାଇଲା କିଏ ?

ଅଳପ ଶ୍ରମରେ ବେଶି ରୋଜଗାର ବୁଦ୍ଧି ବତେଇଲା କିଏ ?

ପର ଦରବକୁ ଦେଖି ଜଳିବାକୁ କାହାଠାରୁ ମୁଁ ଶିଖିଲି ?

ପାଠ ନ ପଢି ମୁଁ କପି କଲି ପୁଣି କାହାଠୁଁ ନିଶା ଚାଖିଲି ?

ଆରାମରେ ରହି ଭଲ ଚିଜ ଖାଇ ସ୍ୱାର୍ଥପର ହେଇଗଲି,

ଅନ୍ଧ-ଵିଶ୍ଵାସକୁ ଅସ୍ୱଚ୍ଛ ଆଦରି ତାକୁ ଆପଣେଇ ନେଲି |

ଚୋରି ଡକାୟତି ସହଜ ଉପାୟ ହାଜତକୁ ନାହିଁ ଡର,

ସରକାରୀ ଧନ ଲୁଟିଲି ଅନେକ କଲି କେତେ ଛାରଖାର |

କିଏ ଶିଖାଇଲା ସୁଯୋଗ ବି ଦେଲା ତା' ନାମ କହିବି ନାହିଁ,

ସମାଜର ବଡ଼ ମଣିଷ ସେମାନେ ମୋର ଦୋଷପାଇଁ ଦାୟୀ |



Rate this content
Log in

Similar oriya poem from Classics