Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Classics Inspirational Others

4  

Bharatabandhu Biswal

Classics Inspirational Others

ମୋ କଳା କୋଇଲି

ମୋ କଳା କୋଇଲି

1 min
306



ମୋ କଳା କୋଇଲି

କଣ୍ଟ ଦେଇଥିଲୁ ଫେରିବୁ ବୋଲି

ଦେଖେ ଦୁଆରେ ଶରଧାବାଲିରେ

କରନ୍ତି ଭକତ କେଡେ ଗହଳି ।


ହରଙ୍କୁ ସୁମରି ହେରା ପଞ୍ଚମୀକୁ

ଆସିଥିଲେ ଲକ୍ଷ୍ମୀ ମାଆ

କହିଥିଲେ ମାଆ ବିମଳା ବୁଝାଇ

ଦେଖାକଲେ ଏକୁଟିଆ

ଗୁପତରେ ଲୁଚି ଗଳି

କହିଯାଇଥିଲେ ବାରବାର କରି

କରିବନି ପ୍ରଭୁ ଡେରି ।


ତୁମ ଭୁଲାପଣ ପାତର ଅନ୍ତର

6ସ୍ୱଚ୍ଛାଚାର ଭାଙ୍ଗିବାକୁ

ଗଲାବେଳେ ସିଏ ଭାଙ୍ଗି ଯାଇଥିଲେ

ରଥକାଠ ଶୁଖିଲାକୁ

ଦେଇଛନ୍ତି ବହେ ଗାଳି

ଗୋଡ଼କୁ କଚାଡି ରାଗ ତମତମ

ଏକ ମୁହଁ। ଗଲେ ଚଳି ।


ପଥକୁ ଅନାଇ ଭକ୍ତ ଅଛି ଚାହିଁ

ରଥ ବି ଦକ୍ଷିଣ ମୁହଁ।

ଦାରୁକ ମାତଳୀ ଅର୍ଜୁନ ସାରଥି

ବାଗେ ହୋଇଛନ୍ତି ଠିଆ

ଡାହୁକ ଗାଉଛି ବୋଲି

ବାହୁଡା ରଥରେ ପ୍ରେମେ ଜଡ଼ସଡ଼

ବାମନ କଳାକୋଇଲି ।


ଡାକେ ଶ୍ରୀମନ୍ଦିର ରତ୍ନ ସିଂହ।ସନ

ନୀଳାଚଳ ସିଂହଦ୍ୱାର

ବାହୁଡିବେ ନାଥ କାଳିଆ ସୁନା ମୋ

ନେଇ ନୀଳ ଆଶା ସ୍ୱପ୍ନ

ଭକ୍ତ ପ୍ରାଣ ଉଠୁ ପୂରି

ଉଲ୍ଲାସ ଆନନ୍ଦେ ଜୟ ଜଗନ୍ନାଥ

ପଡୁ ଶୁଭନାମ ହୁରି ।

 


Rate this content
Log in

Similar oriya poem from Classics