STORYMIRROR

DILIP KUMAR SAHOO

Classics

4  

DILIP KUMAR SAHOO

Classics

ପ୍ରଭୁ ଜ୍ବରରେତ ଥରୁଛନ୍ତି

ପ୍ରଭୁ ଜ୍ବରରେତ ଥରୁଛନ୍ତି

1 min
320


ଅଣସର ଘରେ କାଳିଆ ସାଆନ୍ତ

ଦେହେ ଖଇ ଫୁଟା ତାତି

ପ୍ରଭୁ ଜ୍ବରରେତ ଥରୁଛନ୍ତି,

ବଇଦ କରନ୍ତି ତାଙ୍କ ଉପଚାର

ଓଷୁଅ ଖୁଇନ୍ତି ବାଟି ମୂଳ ଚେର

ଧନ୍ୟ ମହାପ୍ରଭୁ ଧନ୍ୟ ଦିବ୍ୟ ଲୀଳା

ନିଜେ ରୋଗ ଭୋଗୁଛନ୍ତି

ପ୍ରଭୁ ଜ୍ବରରେତ ଥରୁଛନ୍ତି ।

 

ରତନ ବେଦିରୁ ସ୍ନାହାନ ବେଦିକୁ 

ଆସିଥିଲେ ନାଚି ନାଚି

କି ଗାଧୁଆ ସିଏ ଗାଧୋଇଲେ ବସି

ରଙ୍ଗ ହୋଇଗଲା ପୋଛି

ଶହେ ଆଠ ଗରା ସୁଗନ୍ଧ ଜଳ

ବିଷମ ଗ୍ରୀଷମେ ହେଲେ ଶୀତଳ

କେଡେ ଖୁସିରେ ସେ ହାତୀ ବେଶ ହେଲେ

 ଜ୍ବର ନେଲା ହସ ଲୁଟି

ପ୍ରଭୁ ଜ୍ବରରେତ ଥରୁଛନ୍ତି ।


ଛପନ ଭୋଗତ ପାଟିକୁ ରୁଚେନି

 ମନ କାହିଁ ଲାଗେନାହିଁ

ଲାଗେ ଧଳା ଫୁଲ ଘଷାହୁଏ ତେଲ

ଶୁଅନ୍ତି ଓଷୁଅ ପିଇ

ଗହଳ ଚହଳ ଦେଉଳ ନାହଁ

ଘଣ୍ଟ ଘଣ୍ଟା ସ୍ବର କିଛି ଶୁଭୁନାହିଁ 

ମନ୍ଦିର ଦୁଆରେ ପଟିଦିଅଁମାନେ

ପୂଜା ଏବେ ପାଉଛନ୍ତି

ପ୍ରଭୁ ଜ୍ବରରେତ ଥରୁଛନ୍ତି ।


ଅଣସର ଘରେ ପ୍ରଭୁଙ୍କ ବିଶ୍ରାମ

ଜ୍ବର ଉପଶମ ପାଇଁ

କେତେବେଳେ ସିଏ ଦେବେ ଦରଶନ      

      ଭକତେ ଅଛନ୍ତି ଚାହିଁ

ନବ ଯୌବନ ଦେବେ ଦରଶନ

ନେତ୍ର ଉତ୍ସବ ଲୋ ଜୀବନ ଧନ୍ୟ

ଭଲ ହୋଇଗଲେ ବୁଲିବାକୁ ଯିବେ

ରଥ ଗଢା ହେଉଛନ୍ତି

ପ୍ରଭୁ ଜ୍ବରରେତ ଥରୁଛନ୍ତି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics