Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Classics Inspirational Others

4  

Bharatabandhu Biswal

Classics Inspirational Others

ମରତ ବୈକୁଣ୍ଠ ପୁରୀ

ମରତ ବୈକୁଣ୍ଠ ପୁରୀ

1 min
318



ପୂର୍ବ ଭାଲ ତଟେ    ଉଦୟ ଅରୁଣ

    କୋଟି ସୂର୍ଯ୍ୟ ସମପ୍ରଭ

ବିଜେ ନୀଳାଚଳ   ଶ୍ରୀ ନୀଳକନ୍ଦରେ

     ମହାପ୍ରଭୁ ଜଗନ୍ନାଥ

      ପତିତପାବନ ବାନା

ଉଡେ ନୀଳଚକ୍ରେ   ସ୍ୱସ୍ତିକ ସ୍ୱଚ୍ଛନ୍ଦେ

     ଜଗତେ ନାହିଁ ତୁଳନା ।

ଚଳେ ବଡ଼ଦାଣ୍ଡେ   ଜାତି ନନ୍ଦିଘୋଷ

      ଯାତ୍ରା ନବଦିନାତ୍ମକ

ଗୁଣ୍ଡିଚା ବାହୁଡା଼    ରାଜ ରାଜେଶ୍ୱର

      ଥାଟବାଟ ସୁନାବେଶ

       ଦାରୁଭୂତ ପର°ବ୍ରହ୍ମ

ଗୋଟି ପହଣ୍ଡିରେ    ରତ୍ନ ସିଂହାସନେ

       ହୁଅନ୍ତି ବିରାଜମାନ ।

ବିଶ୍ୱ ଜନମନ     ଆକର୍ଷଣ କେନ୍ଦ୍ର

     ଶ୍ରୀକ୍ଷେତ୍ର ପୁରୁଷୋତ୍ତମ

ଭ୍ରାତ ବଳଦେବ    ଭଉଣୀ ସୁଭଦ୍ରା

      ସାଥେ ଚକ୍ର ସୁଦର୍ଶନ

      ସାକ୍ଷାତ ବାଳୁତ ସୂର୍ଯ୍ୟ

ତ୍ରିଗୁଣ ଆଧାର      ପ୍ରାଣ ଆଦିମୂଳ

     ସନାତନ ସତ୍ୟ ଶୌର୍ଯ୍ୟ ।

ଶାନ୍ତି ମୈତ୍ରୀ ପ୍ରୀତି    ଐକ୍ୟ ସୁସଂହତି

       ସମତାର ମୂଳମନ୍ତ୍ରେ

ଆର୍ଯ୍ୟ ଓ ଅନାର୍ଯ୍ୟ    ସର୍ବେ ଏକାକାର

      ଜୀବନ ମୁକତି କାମ୍ୟେ

      ମରତ ବୈକୁଣ୍ଠପୁରୀ

ଜୟ ଜଗନ୍ନାଥ     ଯହିଁ ବିଜେ ସ୍ୱର୍ଗ

     ଧାମ ଶ୍ରେଷ୍ଠ ତୀର୍ଥସ୍ଥଳୀ ।


Rate this content
Log in

Similar oriya poem from Classics