Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Classics Inspirational Others

4  

Bharatabandhu Biswal

Classics Inspirational Others

ବାଙ୍କଚୂଡ ବେଶ

ବାଙ୍କଚୂଡ ବେଶ

1 min
217



କାର୍ତ୍ତିକ ପଞ୍ଚୁକ ଦ୍ୱିତୀୟ ଦିବସ

ପବିତ୍ର ଶୁକ୍ଳ ଦ୍ୱାଦଶୀ

ବାମନ ବେଶରେ ଦିଅନ୍ତି ଦର୍ଶନ

ଲାଖିଯାଏ ଆଖି ଦେଖି ।

ଆହା କି ସୁନ୍ଦର ବାଙ୍କଚୂଡ଼ ବେଶ

ମନ ନେଇଯାଏ କିଣି

ବିରାଜି ଥାଆନ୍ତି ରତ୍ନ ସିଂହାସନେ

ଶ୍ରୀକ୍ଷେତ୍ର ମଉଡ଼ମଣି ।

ପଣ୍ଡା ପଡିହାରୀ ମେକାପ ଖୁଣ୍ଟିଆ

ସେବାୟତ ପୁଷ୍ପାଳକ

ସାରି ଅବକାଶ ଚନ୍ଦନର ଲାଗି

କରନ୍ତି ଦିବ୍ୟ ସୁବେଶ ।

ମସ୍ତକେ ସୁନ୍ଦର ଚନ୍ଦ୍ରିକାର ଚୂଳ

ଦକ୍ଷିଣରେ ଆଡ଼ଖୋସା

ଶୋଭା ଦିଶୁଥାଏ ସୁବର୍ଣ୍ଣ କିରୀଟ

ଗଣ୍ଠି ଅଗ୍ରେ ସ୍ୱର୍ଣ୍ଣ କିଆ ।

ଅତି ମନୋହର ବାଙ୍କଚୂଡ଼ ବେଶ

ସ୍ମୃତି କରେ ଉଜାଗର

ଯିବେ ବେନି ଭାଇ ରାମ ଆଉ କୃଷ୍ଣ

ଛାଡି ଦେଇ ଗୋପପୁର ।

ଆସିଛନ୍ତି ରଥେ କଂସରାଜା ଦୂତ

ଅକ୍ରୁର ଭକ୍ତ ପ୍ରବର

ଦେଖିଯିବେ ସାଥେ ଧନୁ ମହାଯାତ

କଟକ ମଥୁରା ପୁର ।

ଚନ୍ଦନ ଚର୍ଚ୍ଚିତ ପ୍ରଭୁ ରାମକୃଷ୍ଣ

ଲମ୍ବିଅଛି ବନମାଳ

ମୋହିତ ସେ ରୂପ ଦରଶନ କରି

ଗୋପିକା ଭକ୍ତ ଅକ୍ରୁର ।

ଦିଅଙ୍କର ଦିବ୍ୟ ବାଙ୍କଚୂଡ଼ ବେଶ

ବଡ଼ସିଂହାର ସୁବେଶ

ଦରଶନ ମାତ୍ରେ ହରେ ଦୁଃଖକଷ୍ଟ

ପୂର୍ଣ୍ଣ ହୁଏ ମନୋରଥ ।

  



Rate this content
Log in

Similar oriya poem from Classics