Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

LALIT MOHAN DASH

Abstract Classics Inspirational

4  

LALIT MOHAN DASH

Abstract Classics Inspirational

ସ୍ନାନ ପୂର୍ଣ୍ଣିମା

ସ୍ନାନ ପୂର୍ଣ୍ଣିମା

1 min
334


ମହାପ୍ରଭୁ ଜଗନ୍ନାଥ  

   ଆଜି ତୁମ ଜନ୍ମ ଦିନ,

ଜ୍ଯେଷ୍ଠ ମାସ ତାପ କ୍ଳିଷ୍ଟ

   ପୌର୍ଣ୍ଣମାସୀ  ଦେବ ସ୍ନାନ ।


ଭକ୍ତର ବିଶ୍ବାସ ପାଇଁ 

   ହେଲ ବେଶ ଗଜାନନ.

ବର୍ଷେ ଥରେ ମୁକ୍ତାକାଶେ 

    ସ୍ନାନ ବେଦୀ ଦରଶନ ।


ଗରମ ଲାଘବ ହେତୁ

     ଥଣ୍ଡା ଜଳେ କର ସ୍ନାନ

 ଅଦିନିଆ ଶୀତଳତା 

     ଆଣିଲା ଜ୍ବର କମ୍ପନ ।


 କାଲି ଠାରୁ ରହିବ 

    ଅଣସରେ ପନ୍ଦର ଦିନ ,

ଲାଗି ହେବ ଶେଷ ଭୋଗ 

    ନାନାଦି ଅନ୍ନ ବ୍ଯଂଜନ ।


 ଷୋଡଶ ଉପଚାରରେ 

     ପୂଜା ହେବ ସମାପନ ,

  ଏଠାରୁ ଚାଲିବ ତୁମ 

       ନୀତି ଔଷଧି ସେବନ ।


ରହିବ ନିଷେଧ ମୁଖ୍ଯ 

   ଶୁନ୍ଯ ରତ୍ନ ସିଂହାସନ ,

ଶ୍ରୀମନ୍ଦିର ହୋଇଯିବ 

   ଆଜ ଯାତ ଭକ୍ତ ଶୂନ୍ଯ ।


ପ୍ରଚଣ୍ଡ ରେଳ ଧକ୍କାରେ 

   ହରାଇଲେ କେତେ ପ୍ରାଣ ,

ରହିଗଲା ଅବଶୋଷ 

    ପାରିଲେ ନାହିଁ ଦର୍ଶନ ।


ତୁରନ୍ତ ଆରୋଗ୍ଯ କର

    ପୀଡିତ ଆରତ ଜନ ,

କଲ ସହାନୁଭୂତିରେ 

    ଏକ ବାର ମହାସ୍ନାନ ।


ସେହିମାନେ ହେଲେ ଧନ୍ଯ

    ନାଶିଲ ଯା'ର ଜୀବନ ,

ମୁକ୍ତ କର ଶାନ୍ତି ଦିଅ 

    ଏହିମୋର ନିବେଦନ ।


  ଅନ୍ତର୍ଯ୍ଯାମୀ ମହାପ୍ରଭୁ 

       ଭକତର ଭଗବାନ ,

  ଦୟାକର ସବୁ ଜନ 

        ନାଶକର ସର୍ବ ବିଘ୍ନ ।


Rate this content
Log in

Similar oriya poem from Abstract