STORYMIRROR

Anirudha Kund

Classics

4  

Anirudha Kund

Classics

ସେହି ପରା ଭାବଗ୍ରାହୀ

ସେହି ପରା ଭାବଗ୍ରାହୀ

1 min
291


ହୃଦୟ ରେ ରହି ହୃଦୟେ ନ ଥାଇ 

   ଖେଳ ଖେଳେ ଖରା ଛାଇ 

ଲୀଳାମୟ ମୋର ଜଗତ ଠାକୁର 

  କେତେ ଲୀଳା ରଚୁଥାଇ ।


ସର୍ବ ଘଟେ ରହି କୋଉଠି ନଥାଇ 

   ବଇଆ କରୁଛି ସେହି 

ଲାଗଇ ଜଟିଳ ତତ୍ତ୍ୱ ଟି ସରଳ 

    ଯିଏ ବୁଝେ ତାର ପାଇଁ 

ଭକତ କୁ ଜଣା ତାହାରି ଠିକଣା 

   ଭକ୍ତ ହୃଦ ନନ୍ଦ ସେହି ।


ଭାବରେ ଡାକିଲେ ଦୌଡ଼ି ଆସେ ଲୋ 

   ଭାବ ଲଗାଇବା ପାଇଁ 

 ଭାବରେ ବସନ୍ତି ଅଭାବେ ଚଳନ୍ତି 

   ସେହି ପରା ଭାବଗ୍ରାହୀ 

ଭାବକୁ ଲଗାଇ ଡାକି ଦେଖ ଥରେ 

   ନିଜର ସେ ଯିବେ ହୋଇ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics