STORYMIRROR

Anirudha Kund

Classics

3  

Anirudha Kund

Classics

କଳାକାହ୍ନୁ ମୋର

କଳାକାହ୍ନୁ ମୋର

1 min
153

ଛାଡି ଗୋପପୁର କଳାକାହ୍ନୁ ମୋର 

   କାଳିଆ ରୂପରେ ଉଭା 

ଉତ୍କଳ ପ୍ରଦେଶେ ଜଗନ୍ନାଥ ବେଶେ 

   ବଢାଏ ଶ୍ରୀକ୍ଷେତ୍ର ଶୋଭା ।


ବରଷକେ ଥରେ ମନ୍ଦିରୁ ବାହାରେ 

   ଭକତ ମେଳରେ ଖେଳେ 

ଖେଳ ସରିଗଲେ ବାହୁଡ଼ି ଯାଏ ଲୋ

  ନୀଳାଦ୍ରି ବିଜୟ ବେଳେ 

ଯିଏ ବି ଦେଖିଚି ସିଏ ବି ରସିଚି 

  ଦୃଶ୍ୟ ସେହି ମନଲୋଭା ।


ଦେଖି ଆସ ଯାଇ ସେ କଳା କହ୍ନାଇ 

    ଜୀବନ ରେ ଥରେ ଭାଇ 

ଆହାକି ସୁନ୍ଦର ରୂପ ମନୋହର 

   କଳ୍ପନା ବାହାରେ ସେହି 

ସରି ହେବ ନାହିଁ ସୌନ୍ଦର୍ଯ୍ୟରେ କେହି 

  ଫିକା ସୂର୍ଯ୍ୟ ଚନ୍ଦ୍ର ଆଭା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics