STORYMIRROR

Anirudha Kund

Classics

4  

Anirudha Kund

Classics

ସେବା ଅଧିକାର ଦେଇ

ସେବା ଅଧିକାର ଦେଇ

1 min
305


ପଣ୍ଡା ପଢ଼ିହାରୀ କରନ୍ତି ଗୁହାରୀ 

     ମଣିମା ମଣିମା କହି 

ଛପନ ଭୋଗକୁ ଚୌଷଠି ବ୍ୟଞ୍ଜନ 

     ତୁମପାଖେ ଥୋଇଦେଇ  ॥୦॥


ଛତିଶା ନିଯୋଗୀ ରହିଛନ୍ତି ଜଗି 

    ସେବା ଆଦେଶକୁ  ଚାହିଁ  

ଐଶ୍ୱର୍ଯ୍ୟ ଲୀଳାରେ ମଗନ ହୋଇଣ 

      ରହିଗଲ କି ହୋ ସାଇଁ 

ମାୟାର ଜଞ୍ଜାଳେ ମୁହିଁ ଏଠି ଜଳେ 

     ଡାକ ଶୁଣ ଭାବଗ୍ରାହୀ ॥୧॥


ଭାବକୁ ନିକଟ ଅଭାବେ ଯେ ଦୂର 

  ସଂସାର ଏଠି କୁହଇ 

ଭାବ  ବିନୋଦିଆ ଭାବି ଭାବି ମାରେ 

   ମୋର ଭାବ ଦିଶୁ ନାହିଁ

ମାଗୁଣି ଏତିକି ଡାକ ହୋ କତିକି 

    ସେବା ଅଧିକାର ଦେଇ ॥୨॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics