STORYMIRROR

Anirudha Kund

Classics

4  

Anirudha Kund

Classics

ଫାଟି ପଡୁଛି ମୋର ବୁକୁ

ଫାଟି ପଡୁଛି ମୋର ବୁକୁ

1 min
324


ପୁରୀ ଯାଇଥିଲି ଶ୍ରୀମନ୍ଦିର ଗଲି

   ଦର୍ଶନ କରିଲି ଜଗାକୁ 

 ତାକୁ ଦେଖି ଦେଇ ପ୍ରେମେ ପଡି ମୁହିଁ 

  ହଜାଇ ଦେଲି ଲୋ ନିଜକୁ ॥୦॥


ଗରୁଡ଼ ପଛରୁ ଚାହିଁ ରହିଥିଲି 

  ଜଗନ୍ନାଥଙ୍କୁ ଦେଖିବାକୁ 

ଏକ ଲୟ କରି ଦେଖୁଛନ୍ତି ମୋତେ 

   କହିବି ଏ କଥା କାହାକୁ 

ସରମ ରେ ମୁହିଁ ନରମି ଗଲି ଲୋ

  ଚାହିଁ ଦେଇ ତାଙ୍କ ଆଡକୁ ॥୨॥


କି କହିବି ଆଜ ଲାଗୁଅଛି ଲାଜ 

  ଫାଟି ପଡୁଛି ମୋର ବୁକୁ 

ବଡ଼ ରସିକିଆ କରିଲା କିମିଆ 

  ଭୁଲିଲି ସାରା ସଂସାରକୁ 

ତାର ଆଖି ଦେଖି ମନ ଗଲା ଲାଖି 

  ଝୁରୁଛି ମୁଁ ସେଦିନୁ ତାକୁ॥୩॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics