ଜୟ ଜଗନ୍ନାଥ ଜପ
ଜୟ ଜଗନ୍ନାଥ ଜପ


ଅନିରୁଦ୍ଧ କୁଣ୍ଡ
***************************
ମୋ ବାଇ ମନରେ ସୁଖ ଚାହୁଁ ଥିଲେ
ଜୟ ଜଗନ୍ନାଥ ଜପ
ଶ୍ରୀକ୍ଷେତ୍ର ଯାଇ ନିଳଚକ୍ରେ ଚାହିଁ
ଜାଳି ଦେ ରେ ଥରେ ଦୀପ |0|
ପତିତ ପାବନ କ୍ଷଣେ ହରିନେବ
ତାପିତ ପରାଣ ତାପ
ଯମଶିଳା ପରେ ପାଦ ରଖିଦେଲେ
ଧୋଇଯିବ ସବୁ ପାପ
ବାଇଶ ପାବଛେ ମଥା ନଇଁ ଦେଲେ
ଚାଲିଯିବ ମାୟା ଚାପ ।୧।
ପାଇବୁ ଦରଶନ ଥିଲେ ତୋହର
କୋଟି ଜନମ ର ତପ
କଳିର କଲ୍ମଷ ନିମିଷକେ ନାଶ
ହୋଇ ଯିବରେ ମୋ ବାପ
ଦେଖିଦେଲେ ଥରେ ସର୍ବ ଦୁଃଖ ହରେ
ଦାରୁବ୍ରହ୍ମ ଚାରୁରୂପ ।୨।