STORYMIRROR

Anirudha Kund

Classics

3  

Anirudha Kund

Classics

ପରମାନନ୍ଦେ ମୁଁ ହଜିଛି

ପରମାନନ୍ଦେ ମୁଁ ହଜିଛି

1 min
164



ଆଖି ଲାଖି ଗଲା ପ୍ରଥମ ଦେଖାରେ

   ସେଦିନୁ ଜଗାକୁ ଝୁରୁଛି

ଦୂରରେ ମୁଁ ରହି  ପାରୁନାହିଁ ସହି 

   ଲୋତକ ମୋହର ଝରୁଛି ।


ନୀଳାଚଳ ନିଧି  କରୁଣା ବାରିଧି

  ମୋତେ ଲୋ କିମିଆ କରିଛି 

ଭୂମୀ ଠାରୁ ଭୂମା ସବୁ ଆଡେ ଖାଲି 

  ଚକା ଚକା ଆ

ଖି ଦେଖୁଛି 

ସତେକି ଯେମିତି ପାଖେ ପାଖେ ଅଛି 

  ଅଗୁର ଚନ୍ଦନ ବସୁଛି ।


ଦିନ ରାତି ଖାଲି ଜଗା ଜଗା ହୋଇ 

  ବାଉଳି ଚାଉଳି ହେଉଛି 

ଜଗା ପ୍ରେମ ଜ୍ୱର ମୋତେ ଲୋ ଘାରିଛି 

  କାଳିଆକୁ ଖାଲି ଭାବୁଛି

ନିଜକୁ ହଜାଇ ନିଜକୁ ଖୋଜୁଛି 

  ପରମାନନ୍ଦେ ମୁଁ ହଜିଛି ।


Rate this content
Log in

Similar oriya poem from Classics