STORYMIRROR

Sunita Kar

Abstract Classics Others

4  

Sunita Kar

Abstract Classics Others

ଖୁସି

ଖୁସି

1 min
262


ଜୀବନ ସାଗରରେ 

ଅବିରତ ଜୁଆର ଓ ଭଟ୍ଟା 

ତା'ରି ଭିତରେ ବେଳାଭୂମିରୁ 

ଖୋଜିବାକୁ ହୁଏ ଖୁସିର ଶାମୁକା ।

  ରୁକ୍ଷ ଶାମୁକାରେ ଛୁପିଅଛି ମୋତି 

  ଛୋଟ ବଡ ଶାମୁକା ସାଉଁଟି

  ଖୁସି-ମୋତି ମାଳାରେ 

   ପାରିଲେ ସଜେଇ 

   ଜୀବନ  ସୁନ୍ଦର ।

ଖୁସି ଦିଏ, ପିଲାଦିନେ 

ବାଗୁଡି, ବୋହୁଚୋରୀ- ଜିତାପଟ୍, 

ଆକସ୍ମିକ ଛୁଟିର ଘୋଷଣା, 

ବର୍ଷାପାଣିରେ କାଗଜ ଡଙ୍ଗା, 

ତ କେବେ ପୁଣି ବାଉଁଶରାଣୀର ଖେଳ।

  ଖୁସି ଲାଗେ ପରୀକ୍ଷା ଫଳ ଭଲ ଥିଲେ 

  ପାଇଲେ ମନ ଲାଖି ଖାଇବା,

  କି - ପସନ୍ଦର ଗହଣା ଖଣ୍ଡେ, 

  ନୂଆ ପୋଷାକଟିଏ ,

  ଆଉ ପୁଣି ଖୁସିଲାଗେ ଶୁଣିଲେ 

  ପ୍ରଶଂସା ବାପାଙ୍କ ତୁଣ୍ଡର ।

ଚାଲ ସାଥୀ 

ପ୍ରଶସ୍ତ ଭିଜା ଭିଜା ସିକତା ଭୂଇଁରୁ 

ସାଉଁଟିବା ଶାମୁକା 

ବେଳ ଥାଉ ଥାଉ, ଗୁନ୍ଥି ମୋତି ମାଳା

ସଜାଇବା ସମୟ ଆମର 

ସଂଚାରିବା ଧମନୀରେ ପ୍ରବାହ ଖୁସିର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract