STORYMIRROR

Sunita Kar

Abstract Classics Others

4  

Sunita Kar

Abstract Classics Others

କାନ୍ଦୁଛି ଶ୍ରାବଣ

କାନ୍ଦୁଛି ଶ୍ରାବଣ

1 min
12

 

ଶ୍ରାବଣର ଭିଜା ଭିଜା ସମୀରଣେ
 କେଉଁଠୁ ଆସିଲା ଏ ଦାଵାଗ୍ନି?
ତାତି ଗଲାଣି ସହରରୁ ସହର, ଗାଁ ରୁ ଗାଁ
 ମାତି ଗଲେଣି ଆବାଳ ବୃଦ୍ଧ ବନିତା
 ସଵୁ କିନ୍ତୁ ନିରର୍ଥକ
 ଲିଭିଯିଵ ଅଗ୍ନିଶିଖା
 ଥୋକାଏ ମେଘପୁଷ୍ପର ପତନରେ
 ସମୟ ଭସାଇ ନେବ ଅବଶେଷ କିଛି
ଯାହା ଜାବୁଡ଼ି ଧରିଥିଵ ଅଵଶ ମାଟି ମାଆ।

 ସଭିଏଁ ଭୁଲିଯିବେ
 ମାତ୍ର ଦିନ କେଇଟାରେ ,
ସମୀର ବହିବ ପୁଣି
 ତା' ଚିରାଚରିତ ରୀତିରେ
ଦିନ ପରେ ରାତି, ରାତି ପରେ ଦିନ
 ଗଡିଚାଲିଵେ ତାଙ୍କ' ଅଭିରାମ ଗତିରେ।

 ଘନ କୃଷ୍ଣ ବାଦଲ ଅପସରି ଯିଵ
 ଶ୍ରାବଣର ଶ୍ରାବଣୀ ଶଶି
ଵିଵଶ ହୋଇ ଚାହିଁ ରହିଥିବ
 ବିଚିତ୍ର ଏ ଧରଣୀକୁ,
କେଉଁଠି ପ୍ରଶାନ୍ତ ଧରଣୀଧର
 ମୁଣ୍ଡ ଟେକି ଉଭା,ହୋଇ ନିର୍ବିକାର
 ତ କେଉଁଠି ଅଶାନ୍ତ ସାଗର
 ବେଳାଭୂମିରେ ପିଟୁଥାଏ ମଥା ଵାରଵାର।

 କେତେ କେତେ ସୈ।ମ୍ଯା,
 ଅନ୍ୟାୟ ବ୍ୟଭିଚାରର ଵହ୍ନିରେ
 ମିଶି ଯାଉଛନ୍ତି ପାଉଁଶ ହୋଇ ମାଟିରେ
 ଅନନ୍ତ କାଳରୁ ଏମିତି ଚାଲିଛି, ଚାଲିଥିବ
 ଚିତାର ଶିଖାରୁ ଝୁଲଟିଏ ଯାଇ, ଝୁଲୁଥିବ,
 ନୀଳ ଆକାଶରେ ହୋଇ ତାରାଫୁଲ ,
ଆଉ ଅଶାନ୍ତ ଅତୃପ୍ତ ଆତ୍ମା ଘୁରି ବୁଲୁଥିବ
 ସଇତାନର ପଛେ ପଛେ
 ହାତେ ଧରି ନିକିତି ନ୍ୟାୟର ।

 ନାଚାର ପ୍ରକୃତି ଝରାଉଥିବ ଲୁହ
 ସର୍ଵସହା ବୋଲାଇବ
 ପୁନଶ୍ଚ ଏ ପୃଥିବୀ ,
କୋହଭରା ଶ୍ରାବଣକୁ
 ଜଡ଼ାଇ ଧରି କରୁଥିବ ଆଲିଙ୍ଗନ
 ଆଉ ପାହାଡ଼ ଶିଖରର ମନ୍ଦିରରୁ
 ଭାସି ଆସୁଥିଵ ଘଣ୍ଟ ସହ ଶଙ୍ଖ ଧ୍ଵାନ।
            ********          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract