STORYMIRROR

Sunita Kar

Classics Others

3  

Sunita Kar

Classics Others

ଗରବାର ଅନ୍ତରାଳେ

ଗରବାର ଅନ୍ତରାଳେ

1 min
118


ଚଲାଇ ପାରନ୍ତି କି 

ଓଲଟାଇ ଥରେ ସମୟର କଳକୁ 

ଯାଆନ୍ତି ମୁଁ ଫେରି 

ହସି ହସି ମୋର ବାଳୁତ କାଳକୁ ।

ନାଚି ନପାରିଲେ ନାହିଁ "ଗରବା" ପଛେ 

ଗିଲି ଦଣ୍ଡା ତାଳେ ତାଳେ 

ଲୁଚକାଳି ଖେଳ ବେଳେ 

ଆମ୍ବ ଗଛ ଆଢୁଆଳେ 

ଗୋଟାନ୍ତି ମୁଁ ନାଚି ନାଚି 

ବିକ୍ଷିପ୍ତ ମୋ ଅଣଦେଖା ସଂଜ ସକାଳକୁ ।


ଲୁଚେଇ ଆଣି ନାନୀର ଖାତା

ଚିରି ଫର୍ଦ୍ଦ ଫର୍ଦ୍ଦ 

ଭାଇନାକୁ ଦେଇ କରନ୍ତି ଡଙ୍ଗା ।

ବୋଉକୁ ନକହି, ବାଡିଆଡେ ଯାଇ 

ବରଷା ପାଣିରେ ଚବଚବ କରି 

ଜର କି ଥଣ୍ଡାକୁ ଭୟ ନକରି 

ଦିଅନ୍ତି ଭସାଇ ଥିରି ଥିରି କରି ।


ଭାବନା ମୋହର ହୋଇଲା ଅନ୍ତ 

ଶୁଭିଲାନି ବାଜା ଶବଦ ଯେବେ, 

 ତା’ ହରିଣୀ ଆଖି ହୋଇ କନକନ

 ଏଣେ ତେଣେ ଦେଖେ

 ଗଲା କାହିଁ ଯନ୍ତ୍ର-ଗୀତ ଲହର

“ ଢୋଲିଡା ଢୋଲରେ ଭାଗାଡ ମାରେ..”


କୁନି କୁନି ପାଦେ ପିନ୍ଧି ଅଳତା 

ନାଲି ଘାଗରା କୁ ହଳଦୀ କୁର୍ତ୍ତା 

ଦାଣ୍ଡିଆ ତା’ ହାତେ ଦେଖି, ଇନ୍ଦ୍ରଧନୁ ହସେ,

ଥମିଯାଉ ଗାନ,ବାଦନ ପଛେ 

ରୁଣୁଝୁଣୁ ରୁଣୁଝୁଣୁ 

ବାଜେ ତା’ ଘୁଙ୍ଗୁର 

ସମୀରେ ଲହରିଯାଏ 

ସେ ମଧୁର ସ୍ବର ।

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics