ପଞୁରି ଭିତରେ ଶାରୀ
ପଞୁରି ଭିତରେ ଶାରୀ
ଦେଲି ମୁଁ ଉଡାଇ ହାତେ
ପ୍ରିୟ ମଇନା କୁ ମୋର
ନକରି ଶୋଚନା ଟିପେ
ଖୋଲିଥିଲି ପଞୁରିର ଦ୍ବାର ।
ଚାହିଁଲା ସେ କ୍ଷଣେ,
ତୃପ୍ତ ହେଲି,ତା ପରିଭାଷା ବୁଝି
ସଞ୍ଚରିଲା ଝଲକାଏ ଖୁସି
ତା ଅବୁଝା ଆଖିରୁ
ମୋ ପରିତୁଷ୍ଟ ଆଖି
ନୀରବ ଓଠରେ,
କମ୍ପନ ଦେଇ।
ଉଡିଗଲା ଡେଣା ଝାଡି
ପରମ ଆନନ୍ଦେ
ଅନିଷାରେ ନୀଳାକାଶ,
କୋଳେଇବା ଆଶେ ।
ଚେହେରା ଟି ଫିକା ସିନା,
କଣ୍ଠଟି ସୁନ୍ଦର
ତା’ମଧୁର ବାଣୀ ପାଏ
ସଭିଙ୍କ ଆଦର ।
ବୁଝିଲେନି କେହି କେବେ
ମନକଥା ତା’ର
ଅବନ୍ଧ ଜୀବନଟେ
ଇଚ୍ଛା-ଜିଇଁବାର ।
ତତେ ସିନା କଲି ମୁକ୍ତ
ହେ ମୋର କାଦମ୍ବରୀ
ବନ୍ଧନ ଘେରା ଏ ଜୀବନ,
ସତେ କି ଆସିବ କେହି
କରିବ ଉଦ୍ଧାର
ଶୋଚନାର ଚକ୍ରବାଳେ ଯାଏ ହଜି,
ଆତୁର ଏ ଦୃଷ୍ଟି ମୋର।
**** ସୁନୀତା କର
