STORYMIRROR

Sunita Kar

Abstract Classics Others

4  

Sunita Kar

Abstract Classics Others

ଗାଁ ଦାଣ୍ଡରେ ବର୍ଷା

ଗାଁ ଦାଣ୍ଡରେ ବର୍ଷା

1 min
19



 ଝିପ୍ ଝିପ୍ ଵରଷାର
ରିମ୍ ଝିମ୍ ସ୍ଵର
 ସେ ଝଙ୍କାରରେ ତାଳ ଦେଇ
 ଫୁଲେଇ ଝିଙ୍କାରୀଟି ଗାଉଥାଏ
 ଚିହିଁ ଚିହିଁ ଗୀତ।

 ବାତାୟନ ସେପାଖରେ
ବରଷାର ଲୀଳା
 ଆ ସାଥୀ ଆ, ଡାକୁଅଛି ଅବା ।
ତା ଡାକରେ ମତୁଆଲା ହୋଇ
 ଦଶତଳ ପ୍ରାସାଦରୁ ଗଲି ମୁଁ ଓହ୍ଲାଇ।
ଏ କ'ଣ?
 ରୁକ୍ଷ ଚଟାଣ ଏଠି
 ମଥା ପିଟି କାନ୍ଦୁଛି କି ଵରଷା ରାଣୀ !
ଭାସିଯାଏ ମୁଁ ସ୍ମୃତି ଦରିଆରେ
 ଆଖି ଖୋଜେ କାଗଜ ଡ଼ଙ୍ଗା,
 ସବୁଜ ଘାସର ଗାଲିଚା ଉପରେ
 ନାଲି ଟୁକୁ ଟୁକୁ ସାଧବ ବୋହୂ
ଆ଼ଃ କାହିଁ ଗଲା??
ଵରଷାରେ ଭିଜି ଭିଜି
 ଖାତାରୁ କାଗଜ ଚିରି
 କାଗଜ ଡ଼ଙ୍ଗା, କେହି ଆଉ ଭସାଉନି।
ବାଡିପଟ ଘାସଵୁଦା ଉହାଡ଼ରୁ
 ଥିରି ଥିରି ଚାଲୁଥିବା ସାଧବ ବୋହୂକୁ
 ଖୋଜୁନି କେହି ଆଉ।
ଏଇ ଅଖୋଜା ପଣରୁ,
 ଲୁଚିଗଲା ସେ କି ?
ତା ଆଖିର ଲୁହ ସତେ
 ବୋହିଗଲା ଵରଷାରେ
 ଅନନ୍ତ ସାଗର ଗର୍ଭକୁ।
ହେଉ ପଛେ କାଦୁଅ ପଚ୍ ପଚ୍
 ବର୍ଷାଟା ଲାଗେ ସୁନ୍ଦର
 ଗାଁ ଦାଣ୍ଡରେ,
ଛନଛନିଆ ସବୁଜିମାରେ
 ଆଉ ପୁଣି ଭରା ନଦୀରେ
 ଯହିଁ ହୁଏ ଟିପି ଟିପି ଟୋପାର
 ମନଫୁଲା ନାଚ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract