STORYMIRROR

Sunita Kar

Abstract Classics Others

4  

Sunita Kar

Abstract Classics Others

ପରାଧୀନ ପକ୍ଷୀ

ପରାଧୀନ ପକ୍ଷୀ

1 min
7

ଝିପିଝିପି ଅଦିନିଆ ଵରଷାରେ
 ହାତେ ଧରି ଚାହା କପେ
 ଅଳସି ଦିପହରେ ଵସିଥିଲି ଵାଡିପିଣ୍ଡାରେ
 ପ୍ରିୟ ମୋର ସେଇ,
ଜେଜେ ଅମଳର ହାତଲଗା
ମହଣେ ଓଜନର ଚଉକିଟିରେ ।

 ପହଁରି ଯାଉଥିଲା ଆଖି
 ସଂସାରର ଭଲମନ୍ଦ
 ଚଉପାଶ ଚଉଦିଗ
 ଦେଖୁଥିଲି ତଳବାଡି ପାଦତଳର
 ଦିନକୁ ଦିନ ଶୁଖି ଶୁଖି ଯାଉଥିବା
 ସୁକୁମାରୀ ନାଳଟିକୁ
 ଅଟକି ଯାଏ ମନ ମୋର
 ଆହା଼ଃ !
 କାହିଁ ଗଲା ତା'ର ସେ ଛଳ ଛଳ ଧାର !!
 ମୋ ଚିନ୍ତାର ପରଦା ଫଟେଇ 
 ଶୁଭିଲା କିଛି ଖୁଡୁରୁ ଖୁଡୁରୁ
 ଅଗଣାର ଜାମି ଗଛ ଉହାଡ଼ରୁ ।

ଲଇଁ ପଡି ଦେଖେ
 ଚଢ଼େଇଟିଏ ଚେଷ୍ଟାରତ
 ଵରଷାରେ ଭିଜା ତା ଡେଣାରୁ
ଫଡଫଡ କରି ଫୋପାଡିଵାରେ
ଜଡେଇ ରଖିଥିବା ପାଣି ବୁନ୍ଦା ଯେତେ ସବୁ।

 ତା' ଆଖିରେ ମିଶିଗଲା ଆଖି ମୋର
 ଆଖିରେ ଭରି ଚେନାଏ ଖୁସି
 ବୁଝେଇଦେଲା ମୋତେ
ସୁଖୀ ପ୍ରାଣୀଟିଏ ସେ ଏ ଦୁନିଆର,
 ନଥାଉ ପଛେ ବାସ କି ଠିକଣା ତାହାର ।

 ଠିକ୍ ଏତିକିବେଳେ
 ଦାଣ୍ଡ ଅଗଣାରେ
 ପବନ ସହ ତାଳ ଦେଇ
 ଝୁଲୁଥିବା ପଞ୍ଜୁରୀରୁ
 ରାଵି ଉଠିଲା ମିଟୁ- ଆମ ପ୍ରିୟ ଶୁକ ପକ୍ଷୀ
 ହେ ଚକ୍ରଧର! ପକ୍ଷୀ ଜନ୍ମରୁ ପା'ର କର
 ବୁଝିଗଲି
 ଚାହେଁନା କେ ହେବାକୁ ପରାଧୀନ
 ହେଉ ସେ ମଣିଷ ଅବା ଵିହଙ୍ଗମ ।

 ଏପାଖେ ସେପାଖେ ଟିକେ ବୁଲେଇ ନଜର
 ଖୋଲିଦେଇ ପଞ୍ଜୁରୀ ଦୁଆର
ସେନେହରେ ସାଉଁଳେଇ ଦେଲି ପିଠି ତାର
 ନିରୀହ ଅବୁଝା ଚାହାଣି ତା
ତା' କଅଁଳ ପରଶରେ ଯାଉଥିଲି ଭିଜି
ଦେଲି ମୁଁ ଉଡ଼ାଇ ତାକୁ,
ମନ ତାର ବୁଝି।

 ଡେଣା ଝାଡି ଝାଡି
 ସତେ ଅବା ରଙ୍ଗୀନ ମନଟିଏ ନେଇ
 ଉଡିଗଲା ସେ ଶୂନ୍ୟ ଆକାଶକୁ
 ଆଉ ମୁଁ ?
ଆନନ୍ଦେ ଚାହିଁ ରହିଥିଲି
 ଶୂନ୍ୟ ମନଟିଏ ନେଇ
 ଆକାଶରେ ଅଙ୍କା ହୋଇଥିବା ଇନ୍ଦ୍ରଧନୁକୁ ।

 *******


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract