STORYMIRROR

Sunita Kar

Abstract Classics Others

4  

Sunita Kar

Abstract Classics Others

ଦୀପ

ଦୀପ

1 min
294

 

ଏ ଦିଗରୁ ସେ ଦିଗ 

ଏ କୋଣରୁ ସେ କୋଣ 

ଯହିଁ ଯହିଁ ପହଁରି ଯାଏ ଆଖି 

ଦେଖିପାରେ ସାଲୁବାଲୁ ଅନ୍ଧାରରେ 

କୁଢ଼ କୁଢ଼ ପୂତିଗନ୍ଧମୟ ଆବର୍ଜନା 

ଅନ୍ୟାୟ, ଅତ୍ୟାଚାର ଆଉ ବ୍ୟଭିଚାରର।


ଧରଣୀର ସବୁଜ ପଣତ 

ରଙ୍ଗହୀନ ଆଜି 

ତା’ ଧୂଳି ଧୂସରିତ ଅମ୍ବରରେ 

ଲାଲ୍ ରକ୍ତର ଛିଟା 

ନୀଳ ଅମ୍ବରର ନୀଳିମାରେ ପ୍ରତିଫଳିତ, 

ସ୍ଵପ୍ନମୟ ସ୍ଵର୍ଣ୍ଣାଭ ତପନ 

ଲୁଚେଇ ପାରେନି ଏ କାଳିମାର ଛାପ,

ନୀଳାମ୍ବୁର ଫେନିଳ ଢେ଼ଉ 

କାନ୍ଦି କାନ୍ଦି ମଥା ପିଟୁଥାଏ

ନିଷ୍କମ୍ପ ବେଳାଭୂମିରେ।


ଚକ୍ଷୁପ୍ରାନ୍ତରେ କେତେ କେତେ 

ଅକୁହା ଅଦେଖା ଦୃଶ୍ୟ 

ଛଟପଟ ହୁଏ ପ୍ରାଣପକ୍ଷୀ 

କି କରି ପାରିବ ଏକାକୀ?

ପାରିବ କି ସଫା କରି 

ଅନନ୍ତ କାଳରୁ ଜମିଆସିଥିବା 

ଯେତେ ସବୁ ଅଳିଆ 

ପୋଛିକି ପାରିବ 

ଆକାଶରେ ଦିଶୁଥିବା 

ଛାପିଛାପିକିଆ ଅନ୍ଧାରକୁ?


ଦୀପଟିଏ ହୋଇ 

ମୋ ଜୀବନ ଜଳୁଥାଉ ଏମିତି, 

ହେଉ ଆଲୋକିତ 

ଅନ୍ତତଃ ଚେନାଏ ଜଗତ, 

 ସମୟ ସଳିତା ମୋ 

ଜଳି ଜଳି ଯାଉଛି ଛୋଟେଇ 

ସରିଆସୁଛି ଦୀପର ତେଲ 

ତେଜଣାରେ ତେଜି ଦେଇ 

ଅପେକ୍ଷାରତ ମୁଁ 

ଏ ଅଳୀକ ଜୀଵନ ସରିବା ଆଗରୁ 

କେହି ନା କେହି ପୋଛି ଦେବେ 

ଅଳିକର ଏ କାଳିମାମୟ ଅନ୍ଧକାର 

ଧରା ହେବ ସ୍ୱଚ୍ଛ ସୁନ୍ଦର 

କଣିକାଏ ଖୁସିରେ ଚହଟିବ ଦୀପଶିଖା

 ମୋ ଜୀଵନ ଦୀପର।।

        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract