STORYMIRROR

Rabindra kumar Sahoo

Abstract Inspirational

3  

Rabindra kumar Sahoo

Abstract Inspirational

ସମାଜେ ଆଣିବା ସଂସ୍କାର

ସମାଜେ ଆଣିବା ସଂସ୍କାର

1 min
161


କଳା କାଳିମାର କଳଙ୍କ ହଟାଇ

ଆସ ସଭିଏଁ ମିଶି

ସମାଜେ ଆଣିବା ସଂସ୍କାର

ହେ ମୋର କବି,କବୟିତ୍ରୀ, ଲେଖକ

ବନ୍ଧୁ ବାନ୍ଧବୀ ଗଣ କର ସର୍ବେ

କଲମ ମୁନକୁ ତବ ଶାଣିତ କର ।


ବୁଦ୍ଧିଜୀବି, ଶିକ୍ଷିତ, ସଭ୍ୟ ଗୋଷ୍ଠୀ

ଦିଅ ନିଜ ସଭ୍ୟତାର ପରିଚୟ

ଦେଶ ଜାତିର ଉନ୍ନତି ପ୍ରଗତିରେ

ସଭିଏଁ ହାତରେ ହାତ ମିଳାଇ

ସାମାଜିକତାର ମୂଲ୍ୟବୋଧକୁ

ବୃଦ୍ଧି କରିବାକୁ ଦେଶ ଓ ଜାତି ର

ଉନ୍ନୟନେ ହୁଅ ସହାୟ ।


ମାନସିକତା ପରିବର୍ତ୍ତିତ କରିବା

ଆମ ସଭିଙ୍କର

ବିଶ୍ଵାସର ସେତୁ ବନ୍ଧ ବାନ୍ଧି

ଉଡାଇବା ଚାଲ ଧ୍ଵଜା

ଶାନ୍ତି, ମୈତ୍ରୀ, ପ୍ରୀତି ଓ ଏକତାର

ହିଂସା ବଦଳେ ଅହିଂସା କୁ

କରିବା ଅସ୍ତ୍ର ଆମର

ରାଜନୈତିକ, ଆର୍ଥିକ ସଂସ୍କାର

ଆଣିବା ପୂର୍ବରୁ

ଚାଲ ସଭିଏଁ ମିଶି ଆଣିବା

ସମାଜେ ସଂସ୍କାର ।


ନୀତି ନୈତିକତା କୁ କରି ଆଧାର

ହିଂସା ଇର୍ଷା ର ପଥ ପରିତ୍ୟେଜି

ବାଦ, ବିବାଦ, ଯୁଦ୍ଧକୁ କରି ପରିହାର

ସମଗ୍ର ବିଶ୍ଵ ସମାଜେ ପ୍ରଥମେ ଆଣିବା

ଆସ ସଭିଏଁ ମିଳି ମିଶି ସଂସ୍କାର

ହେ ମୋର ପ୍ରିୟ

ଜ୍ଞାନୀ ଗୁଣୀ ବିଜ୍ଞ ନର

ଆମ ଦର୍ଶନ, ବିଜ୍ଞାନ, ସାହିତ୍ୟ

ମାଧ୍ୟମେ ସମୟ ଏବେ ଉପନୀତ

ଆଣିବାକୁ ସମାଜେ ସଂସ୍କାର

ରାଜନୈତିକ, ଅର୍ଥନୈତିକ

ଅସ୍ଥିରତା ତେବେ ବିଶ୍ଵୁ ହେବ ଦୂର

ସ୍ଥିର ମନ ସ୍ଥିର ବୁଦ୍ଧିରେ

ଚାଲ ସମାଜେ ଆଣିବା ସଂସ୍କାର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract