ଏଇତ ଜୀବନ
ଏଇତ ଜୀବନ
ଆଖି ସାମ୍ନାରେ
ନୂଆ ଫୁଟାଣିଆ
ତାରା ମାନଙ୍କୁ ଦେଖି
ଅତୀତ ଖନ୍ତେଇ ହୁଏ ।
ଅନୁଭବ ହୁଏ
ଜଳୁଥିବା ସ୍ୱପ୍ନର ସ୍ମୃତି
ଖାସ୍ ମୋ ପାଖରେ ବି
ସୂର୍ଯ୍ୟଟିଏ ଥାଆନ୍ତି କି
ମୁଁ ବି ଚମକିବାର
ସୁଯୋଗ ପାଆନ୍ତି !
ନା କେବେ ସୁଯୋଗ ଆସିବ
ନା ଅପେକ୍ଷା କରିବା ଠିକ୍ ହେବ,
ଯାହା କିଛି କରିବାର ଅଛି
ନିଜକୁ ହିଁ କରିବାକୁ ହେବ !
ଅନେକ ଅନୁପସ୍ଥିତିକୁ
ଉପସ୍ଥିତିରେ ବଦଳେଇବାକୁ ହେବ ।
ଏଇତ ଜୀବନ ଜିଇଁବାର ମଜା
ସଂଘର୍ଷର ବଳୟ ଭିତରେ
ବାରବାର୍ ଖସି ଯାଉଥିବା ସ୍ୱପ୍ନକୁ
କାବୁ କରିବାର ପ୍ରୟାସ,
ମହାପ୍ରଳୟର ମଝିଦରିଆରେ
ସଫଳତା ପାଇଁ ଇନ୍ଧନ ସଦୃଶ୍ୟ
ଯୋଗେଇପାରେ ସାହସ ।
