ବର୍ତ୍ତମାନ ସମୟ
ବର୍ତ୍ତମାନ ସମୟ
ଦୁଃଖର ଲହରୀ ଖେଳିଛି ଆଜି,
ସଭିଙ୍କ ମନ ଭିତରେ ,
ତୋଳିଛି ସେ ନୂଆ ପ୍ରାସାଦ,
ସଭିଙ୍କ ମନ ଅଗଣାରେ ।
ହାର ମାନିବା ନାହିଁ , କି ଝୁକିବା ନାହିଁ,
ଦୁଃଖର ଲହରୀ ପାର କରିବା ସଭିଏଁ,
ସମବେଦନାର ହାତ ଧରି ହୋଇ ।
ଜୀବନଟା ମୂଲ୍ୟହୀନ ହୋଇଯିବା ଆଗରୁ,
ଗଢ଼ି ନେବା ଚାଲ ଆମେ ନୂଆ ଦୁନିଆ,
ଭବିଷ୍ୟତର ସୁନେଲି ସପନେ, ନ ଭିଜେଇ ନିଜକୁ,
ବର୍ତ୍ତମାନର ପ୍ରେମ ନଦୀରେ ନୌକା ବାହିନେବା ।
କିଛି ନ କହି, କିଛି ନ ଶୁଣି ବି
ବହୁତ କିଛି ଆମେ ବୁଝି ପାରିଥାଉ ।
ଏହି ବୁଝାମଣାର ସେ ସଂପର୍କ,
ସର୍ବଦା ବିକାଶମୁଖୀ ହେଉଥାଉ ।
