STORYMIRROR

Haramohan Jena

Abstract Inspirational

3  

Haramohan Jena

Abstract Inspirational

ଆଜିର ମଣିଷ

ଆଜିର ମଣିଷ

1 min
436

ଆଜିର ମଣିଷ  କର୍ମରେ ବିମୂଖ

ଆଳସ୍ୟ ବିଳାସେ ହୋଇଛି ବଶ

ବିପରୀତ ଗୁଣେ ବିପତ୍ତି ଭିଆଣେ

ଦୁର୍ଯୋଗ ସଂଯୋଗେ ଆପଣା ନାଶ (୧)

ଶ୍ରମର କାତରେ  ଚଞ୍ଚକତା ବଳେ

ମନ୍ଦ କାରବାରେ ବଦଳାଏ ମତି

ଅନ୍ୟାୟ ଅନୀତି ସୀମା ଲଙ୍ଘି ନିତି

ଆନ ଜନ ଧନ ନେଉଛି ଲୁଟି

ଅଳସପଣରେ ଋଣର କାରଣେ

ହଜିଗଲାଣି ଚା ମନରୁ ହସ

ଆଜିର ମଣିଷ କର୍ମରେ ବିମୁଖ

ଆଳସ୍ୟ ବିଳାସେ ହୋଇଛି ବଶ (୨)

ବିଜ୍ଞାନ ବଳରେ ପ୍ରଗତି ଫଳରେ

ବଦଳିଗଲାଣି ଚାଲିଚଳନ

ସୈାଖିନ ବସ୍ତୁର ଭୋଗର ଆଶାରେ

ରୋଗର ପ୍ରଭାବେ ହାରେ ଜୀବନ (୩)

ଭାଇ ମଧ୍ୟେ କଳି ପରିବାରେ ଚଳି

ସ୍ନେହ ସମ୍ପର୍କକୁ କରିଛି ଛିନ୍ନ

ଉଦ୍ଧତ ପଣରେ ଅହଂ ବହି ମନେ

ଗୁରୁ ଗୁରୁଜନ ମଣୁଛି ନ୍ୟୁନ

ନାହଁ ତା ସଂସ୍କାର,ଆଚାର,ବିଚାର

ବିଶ୍ବାସରେ ଆଜି ବୁଣୁଛି ବିଷ

ବିପରୀତ ଗୁଣେ ବିପତ୍ତି ଭିଆଣେ

ଦୁର୍ଯୋଗ ସଂଯୋଗେ ଆପଣା ନାଶ (୪)

ମାନବିକ ଗୁଣ କରୁଛି ବାରଣ

ରାକ୍ଷସ ପ୍ରକୃତି କରେ ବରଣ

ବୁଦ୍ଧି, ବୃତ୍ତି, ଜ୍ଞାନ ହରାଇ ସମ୍ମାନ

ହିଂସ୍ର ଆଚରଣେ ବିବେକ ଶୂନ୍ୟ (୫)

ଅଳସ ପଣରେ ଶ୍ରମର କାତରେ

ଜୀବନ ପଥରେ ନ ପଡ ଥକି

କଷଣ,ଶୋଷଣ,ଜନ ଉତ୍ପିଡନ

ରାଗ, ଦ୍ୱେଷ,ରୋଷେ ନଯାଇ ଲାଖି

କର୍ମ ସଂସାଧନେ ସମାଜ କଲ୍ୟାଣେ

ହୁଅ ନିୟୋଜିତ, ନକର ଧ୍ବଂସ

ଆଜିର ମଣିଷ, କର୍ମରେ ବିମୁଖ

ଆଳସ୍ୟ ବିଳାସେ ହୋଇଛି ବଶ (୬)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Haramohan Jena

ମଣିଷ

ମଣିଷ

1 min ପଢ଼ନ୍ତୁ

ଠିକଣା

ଠିକଣା

1 min ପଢ଼ନ୍ତୁ

ବନ୍ଧୁ

ବନ୍ଧୁ

1 min ପଢ଼ନ୍ତୁ

ଦୈାଡ

ଦୈାଡ

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ହାଟ

ହାଟ

1 min ପଢ଼ନ୍ତୁ

ଫରକ

ଫରକ

1 min ପଢ଼ନ୍ତୁ

ଯଉବନ

ଯଉବନ

1 min ପଢ଼ନ୍ତୁ

ରୂପ

ରୂପ

1 min ପଢ଼ନ୍ତୁ

Similar oriya poem from Abstract