STORYMIRROR

Haramohan Jena

Abstract

4  

Haramohan Jena

Abstract

ରୂପ

ରୂପ

1 min
569

ହାଡ଼ ମାଂସ ଯୋଡି ଚର୍ମ ହେଲେ ଘୋଡି

ରୂପ ହୁଅଇ ପ୍ରକଟ

ରୂପର ପସରା ଏ ସଂସାର ସାରା

ରୂପେ ଜୀବ ହୁଏ ଜାତ ।


 ଧରୀ ରଙ୍ଗ ତୂଳୀ ଯେବେଆଙ୍କେ ବସି

ରୂପ ତୁମ ମନେ ଭାବି

ସବୁ ରଙ୍ଗ ଖାଲି ଲାଗେ ଫିକା ଫିକା

ତୁମେ ତ ଅଦେଖା ଛବି ।


କେମିତି ଆଙ୍କିବି ତୁମେ କାହା ପରି

ରୂପ ବା କାହିଁ ତୁମର

ରୂପ ଥିଲେ ସିନା ଛବି ଆଙ୍କିଥାନ୍ତି

ନିରଞ୍ଜନ ନିରାକାର ।


ତୁମେ ତ ଦେଇଛ ରୂପ ଏ ଜଗତେ

ସଚରାଚର ଜୀବକୁ

ତୁମ ରୂପ ଖୋଜି ପାଇନାହିଁ କେହି

ଆଶ୍ଚର୍ଯ୍ୟ ଲାଗେ ନିଜକୁ ।


ରୂପରେ ଗରବ କରୁଥାଇ ଜୀବ

ଆପଣା ରୂପକୁ ଦେଖି

ରୂପ ଚାଲିଗଲେ ଚିତ୍ତ ଚିନ୍ତା ଜଳେ

ଅରୂପକୁ ବସେ ଖୋଜି ।


ରୂପରେ ଅରୂପ ଅରୂପରେ ରୂପ

ଅପୂର୍ବ ରୂପେ ସମ୍ଭାର

ସେ ରୂପକୁ ନିତ୍ୟ କରିବ ଦର୍ଶନ

ଶୂନ୍ୟ କରିଲେ ଭିତର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Haramohan Jena

ମଣିଷ

ମଣିଷ

1 min ପଢ଼ନ୍ତୁ

ଠିକଣା

ଠିକଣା

1 min ପଢ଼ନ୍ତୁ

ବନ୍ଧୁ

ବନ୍ଧୁ

1 min ପଢ଼ନ୍ତୁ

ଦୈାଡ

ଦୈାଡ

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ହାଟ

ହାଟ

1 min ପଢ଼ନ୍ତୁ

ଫରକ

ଫରକ

1 min ପଢ଼ନ୍ତୁ

ଯଉବନ

ଯଉବନ

1 min ପଢ଼ନ୍ତୁ

ରୂପ

ରୂପ

1 min ପଢ଼ନ୍ତୁ

Similar oriya poem from Abstract