ଦୈାଡ
ଦୈାଡ
ଦଉଡା ଦଉଡି ଜୀବନର ପଥେ
ଦଉଡର ନାହିଁ ଶେଷ
ଶେଷ ତ ଆରମ୍ଭ ଆରମ୍ଭ ଭିତରେ
ଖୋଜେ ସମୁଦ୍ରରେ ଶୋଷ ।
ଆଗକୁ ଆଗକୁ ଧାଉଁଅଛି ଯେତେ
ପଛରୁ ଭିଡୁଛି ଜଣେ
ଆଗରେ କେବଳ କୁହୁଡିର ଘର
ବୁଝାଇ କହୁଛି କାନେ ।
ପଛକରି ମୋତେ ଦଉଡିଲେ କିଏ
ଲାଗୁଛି ମୁଁ ହାରିଗଲି
ଦଉଡ଼ି ଦଉଡ଼ି ଥକିଗଲେ ଲାଗେ
କାହିଁକି ଦଉଡି ଥିଲି ।
ଲୋଭ,ମୋହ,ମାୟା ପଛରେ ଦଉଡ଼
ସଂସାରଟା ଡାହା ମିଛ
ବୃଥା ମରିଚିକା ଚୋରାବାଲି ମଧ୍ୟ
ହେଉଛି ମୁଁ ଆଗପଛ ।
କେତେ ଜିତିଥିଲି କେତେ ବା ହାରିଲୀ
କଳିଛି ମୁଁ ଯେବେ ବସି
ଜୀବନ ଖୋଜୁଛି ତୁମର ପରସ
ବିବେକ ଦେଉଛି ହସି ।
ଦଉଡ଼ି ଶେଷରେ ତୁମକୁ ଖୋଜିଲେ
ତୁମେ ମିଳିବ ବା କାହିଁ
କେତେ ଯୋଗୀଋଷି ସଂସାରକୁ ତ୍ୟାଗୀ
ତୁମକୁ ପାଆନ୍ତି ନାହିଁ ।