STORYMIRROR

Haramohan Jena

Abstract

4  

Haramohan Jena

Abstract

ଦୈାଡ

ଦୈାଡ

1 min
432

ଦଉଡା ଦଉଡି ଜୀବନର ପଥେ

ଦଉଡର ନାହିଁ ଶେଷ

ଶେଷ ତ ଆରମ୍ଭ ଆରମ୍ଭ ଭିତରେ

ଖୋଜେ ସମୁଦ୍ରରେ ଶୋଷ ।


ଆଗକୁ ଆଗକୁ ଧାଉଁଅଛି ଯେତେ

ପଛରୁ ଭିଡୁଛି ଜଣେ

ଆଗରେ କେବଳ କୁହୁଡିର ଘର

ବୁଝାଇ କହୁଛି କାନେ ।


ପଛକରି ମୋତେ ଦଉଡିଲେ କିଏ

ଲାଗୁଛି ମୁଁ ହାରିଗଲି

ଦଉଡ଼ି ଦଉଡ଼ି ଥକିଗଲେ ଲାଗେ

କାହିଁକି ଦଉଡି ଥିଲି ।


ଲୋଭ,ମୋହ,ମାୟା ପଛରେ ଦଉଡ଼

ସଂସାରଟା ଡାହା ମିଛ

ବୃଥା ମରିଚିକା ଚୋରାବାଲି ମଧ୍ୟ

ହେଉଛି ମୁଁ ଆଗପଛ ।


କେତେ ଜିତିଥିଲି କେତେ ବା ହାରିଲୀ

କଳିଛି ମୁଁ ଯେବେ ବସି

ଜୀବନ ଖୋଜୁଛି ତୁମର ପରସ

ବିବେକ ଦେଉଛି ହସି ।


ଦଉଡ଼ି ଶେଷରେ ତୁମକୁ ଖୋଜିଲେ

ତୁମେ ମିଳିବ ବା କାହିଁ

କେତେ ଯୋଗୀଋଷି ସଂସାରକୁ ତ୍ୟାଗୀ

ତୁମକୁ ପାଆନ୍ତି ନାହିଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Haramohan Jena

ମଣିଷ

ମଣିଷ

1 min ପଢ଼ନ୍ତୁ

ଠିକଣା

ଠିକଣା

1 min ପଢ଼ନ୍ତୁ

ବନ୍ଧୁ

ବନ୍ଧୁ

1 min ପଢ଼ନ୍ତୁ

ଦୈାଡ

ଦୈାଡ

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ହାଟ

ହାଟ

1 min ପଢ଼ନ୍ତୁ

ଫରକ

ଫରକ

1 min ପଢ଼ନ୍ତୁ

ଯଉବନ

ଯଉବନ

1 min ପଢ଼ନ୍ତୁ

ରୂପ

ରୂପ

1 min ପଢ଼ନ୍ତୁ

Similar oriya poem from Abstract