STORYMIRROR

Haramohan Jena

Abstract Inspirational

4  

Haramohan Jena

Abstract Inspirational

ହାଟ

ହାଟ

1 min
423

ସଂସାର ଭିତରେ ଜୀବନର ହାଟ

କିଣାବିକା ପ୍ରତିଦିନ

ବିକି କିଣିବାକୁ କୀଣି ବିକିବିକୁ

ଅଯୟ କାହିଁକି ମନ(୧)


ଭିତରେ ଚାଲିଛି ଷଢରିପୁ ହାଟ

ବାହାରେ ଛଳନା ହାଟ

ହାଟ ମଝିଟାରେ ବଳ କଷାକଷି

ପବନ କରୁଛି ନାଟ(୨)


ଲୋଭମୋହମାୟା ହାଟରେ ସଉଦା

ଅହଂକାର ନଟକୂଟ

ସଭିଏଁ କହନ୍ତି ମୋତେ ନିଆଁ କିଣି

ହଜିଯାଉଛି ମୋ ବାଟ(୩)


ସମୟ ସୁଅରେ ବାହୁଡିବେ ସର୍ବେ

ଯେବେ ଲେଉଟାଣି ହେବ

କଲା କରମ ତ ହାଟର ସଉଦା

ଗଣ୍ଠିଲିରେ ବାନ୍ଧି ନେବ(୪)


ସମୟକୁ ବିକି ସଂସାର ହାଟରେ

ପାଇଥିଲି ଯେତେ ଯେତେ

କିସ କିଣି ଅଛି ଆଜି ମୁଁ ଭାବୁଛି

କ'ଣ ପାଇଲି ସତେ(୫)


କି ହାଟ ଲାଗିଛି ସଂସାରେ ମନୁଆ

ଲାଗିଛି କି ହାଟ ଦେଖ

ହାଟରେ ହାଟୁଆ ପଥ ଜଗି ଅଛି

ତା ସାଥେ ହେବକି ଭେଟ(୬)


ഈ കണ്ടെൻറ്റിനെ റേറ്റ് ചെയ്യുക
ലോഗിൻ

More oriya poem from Haramohan Jena

ମଣିଷ

ମଣିଷ

1 min വായിക്കുക

ଠିକଣା

ଠିକଣା

1 min വായിക്കുക

ବନ୍ଧୁ

ବନ୍ଧୁ

1 min വായിക്കുക

ଦୈାଡ

ଦୈାଡ

1 min വായിക്കുക

ଜୀବନ

ଜୀବନ

1 min വായിക്കുക

ହାଟ

ହାଟ

1 min വായിക്കുക

ଫରକ

ଫରକ

1 min വായിക്കുക

ଯଉବନ

ଯଉବନ

1 min വായിക്കുക

ରୂପ

ରୂପ

1 min വായിക്കുക

Similar oriya poem from Abstract