STORYMIRROR

Haramohan Jena

Inspirational

3  

Haramohan Jena

Inspirational

ଠିକଣା

ଠିକଣା

1 min
455

ଅଜଣା ବାଟୋଇ ସଂସାରେ ଚାଲିଛି

ହଯାଇ ନିଜ ଠିକଣା

ପଚାରି ବୁଝିଲି ସଭିଏଁ ଏଠାରେ

ହୋଇଛନ୍ତି ବାଟବଣା   (୧)


ବଡ଼ ବିଚିତ୍ର ଏ ଦୁନିଆରେ ଯେବେ

ନିଜକୁ ଖୋଜୁଛି ନିଜେ

ମୋ ଭିତରେ ସିନା ମୁଁ କୁ ପାଉଛି

ବୁଦ୍ଧି ଦିଶୁନାହିଁ ମୋତେ   (୨)


ଚଢି ମନଯାନ ହେଲି ମୁଁ ଉଚ୍ଛନ୍ନ

ସଂସାର ଜଞ୍ଜାଳେ ମଜ୍ଜି

ଅକାରଣେ ଗଲା ମଣିଷ ଜୀବନ

ପ୍ରିୟା ପ୍ରୀତି ଠାରେ ହଜି   (୩)


ଅଠିକଣା ବେଳେ ତୁମରି ପାଖକୁ

ଠିକଣା ପଚାରି ଗଲି

ଦେଖିଲାବେଳକୁ ଯେଉଁଠାରେ ଥିଲି

ସେଇଠାକୁ ପହଞ୍ଚିଲି  (୪)


କୋଟି ଯୁଗ ଧରି ସାଧୁ ମୁନି ଋଷି

ଯା ଠିକଣା ଖୋଜୁଥାନ୍ତି

ଠିକଣା ବେଳରେ ଠିକଣା ମିଳେନା

ମନରେ ନଥିଲେ ଭକ୍ତି  (୫)



Rate this content
Log in

Similar oriya poem from Inspirational