STORYMIRROR

Haramohan Jena

Inspirational

3  

Haramohan Jena

Inspirational

ଠିକଣା

ଠିକଣା

1 min
468

ଅଜଣା ବାଟୋଇ ସଂସାରେ ଚାଲିଛି

ହଯାଇ ନିଜ ଠିକଣା

ପଚାରି ବୁଝିଲି ସଭିଏଁ ଏଠାରେ

ହୋଇଛନ୍ତି ବାଟବଣା   (୧)


ବଡ଼ ବିଚିତ୍ର ଏ ଦୁନିଆରେ ଯେବେ

ନିଜକୁ ଖୋଜୁଛି ନିଜେ

ମୋ ଭିତରେ ସିନା ମୁଁ କୁ ପାଉଛି

ବୁଦ୍ଧି ଦିଶୁନାହିଁ ମୋତେ   (୨)


ଚଢି ମନଯାନ ହେଲି ମୁଁ ଉଚ୍ଛନ୍ନ

ସଂସାର ଜଞ୍ଜାଳେ ମଜ୍ଜି

ଅକାରଣେ ଗଲା ମଣିଷ ଜୀବନ

ପ୍ରିୟା ପ୍ରୀତି ଠାରେ ହଜି   (୩)


ଅଠିକଣା ବେଳେ ତୁମରି ପାଖକୁ

ଠିକଣା ପଚାରି ଗଲି

ଦେଖିଲାବେଳକୁ ଯେଉଁଠାରେ ଥିଲି

ସେଇଠାକୁ ପହଞ୍ଚିଲି  (୪)


କୋଟି ଯୁଗ ଧରି ସାଧୁ ମୁନି ଋଷି

ଯା ଠିକଣା ଖୋଜୁଥାନ୍ତି

ଠିକଣା ବେଳରେ ଠିକଣା ମିଳେନା

ମନରେ ନଥିଲେ ଭକ୍ତି  (୫)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Haramohan Jena

ମଣିଷ

ମଣିଷ

1 min ପଢ଼ନ୍ତୁ

ଠିକଣା

ଠିକଣା

1 min ପଢ଼ନ୍ତୁ

ବନ୍ଧୁ

ବନ୍ଧୁ

1 min ପଢ଼ନ୍ତୁ

ଦୈାଡ

ଦୈାଡ

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ହାଟ

ହାଟ

1 min ପଢ଼ନ୍ତୁ

ଫରକ

ଫରକ

1 min ପଢ଼ନ୍ତୁ

ଯଉବନ

ଯଉବନ

1 min ପଢ଼ନ୍ତୁ

ରୂପ

ରୂପ

1 min ପଢ଼ନ୍ତୁ

Similar oriya poem from Inspirational