STORYMIRROR

Haramohan Jena

Abstract Inspirational

3  

Haramohan Jena

Abstract Inspirational

ଜୀବନ

ଜୀବନ

1 min
354

ବରଷା ଜଳକୁ ସାରୁପତର ତ

ପାରେନାହିଁ କେବେ ରୋକି

ଶରୀରକୁ ଛାଡି ଉଡିଯାଏ ପ୍ରାଣ

ଜୀବନଟା ଉଡା ପକ୍ଷୀ ।


ଭସାବାଦଲକୁ ନାହିଁ ଟି ଭରଷା

ଆଜି ମେଘ କାଲି ଛାଇ

ପାଣି ଫୋଟକା ଏ ମଣିଷ ଜୀବନ

ଆଜି ଅଛି କାଲି ନାହିଁ ।


ଜୀବନର ଗୁଡ଼ି ଉଡୁଛି ଆକାଶେ

ଅଟେଇକୁ ସାଥି କରି

ପବନର ମୋଡ଼ ବୁଲିଗଲେ ଥରେ

 ଗୁଡ଼ିକୁ ନହୁଏ ଧରି ।


ମୋର ମୋର କହି ମିଛରେ କାହିଁକି

ଦେଖାଉ ନିଜ ବଡ଼ାଇ

ପକ୍ଷୀ ଉଡିଗଲେ ପଞ୍ଜୁରୀଟି ଶୂନ୍ୟ

ଜଳିବ ତୋହର ଜୁଇ ।


ପାପପୁଣ୍ୟ ଡ଼ାଳ ଜୀବନ ବୃକ୍ଷର

ଆପଣା କରମ ଭାଗ୍ୟ

ପର ଉପକାର ଜୀବେ ଦୟାଭାବ

ଜୀବନେ ଜୀବନ ଯୋଗ୍ୟ ।


ଧନ,ମାନ,ଜନ ସାଥେ ଯିବେ ନାହିଁ

ଗଲାବେଳେ ଯିବ ଶୂନ୍ୟ

ଆସିଥିଲେ ଶୂନ୍ୟ ଥିଲେ କ୍ଷମା ପ୍ରେମ

ଝୁରିବ କୋଟି ପରାଣ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Haramohan Jena

ମଣିଷ

ମଣିଷ

1 min ପଢ଼ନ୍ତୁ

ଠିକଣା

ଠିକଣା

1 min ପଢ଼ନ୍ତୁ

ବନ୍ଧୁ

ବନ୍ଧୁ

1 min ପଢ଼ନ୍ତୁ

ଦୈାଡ

ଦୈାଡ

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ହାଟ

ହାଟ

1 min ପଢ଼ନ୍ତୁ

ଫରକ

ଫରକ

1 min ପଢ଼ନ୍ତୁ

ଯଉବନ

ଯଉବନ

1 min ପଢ଼ନ୍ତୁ

ରୂପ

ରୂପ

1 min ପଢ଼ନ୍ତୁ

Similar oriya poem from Abstract