STORYMIRROR

Niranjan Sahu

Abstract Inspirational

3  

Niranjan Sahu

Abstract Inspirational

ନିଜେ ତ କିଳାକୁ ଡାକିଛି

ନିଜେ ତ କିଳାକୁ ଡାକିଛି

1 min
364

କଳା ଧଳା ରଙ୍ଗ ଆମର ଆଖି

ରଙ୍ଗୀନ ସପନ ଦେଖୁଛେ

ରଙ୍ଗୀନ ଯୁଗ ରଙ୍ଗୀନ ମନରେ

ରଙ୍ଗୀନ ପାଣିରେ ମାତୁଛେ,


ରଙ୍ଗୀନ ପାଣିର ଆଜିର ଦୁନିଆଁ

ଦୁନିଆଁ ରଙ୍ଗୀନ ଲାଗୁଛି

ରଙ୍ଗୀନ ପାଣି ଟିକେ ପଡିଗଲେ

ସବୁ ରଙ୍ଗିନୀ ଦିଶୁଛି,


ରଙ୍ଗୀନ ପାଣିରେ ଆମ ସରକାର

ଅଜସ୍ର ଟିକସ ପାଉଛି

କିଏ ମରିଗଲେ କିଏ ତରିଗଲେ

ସରକାର ଙ୍କ କଣ ଯାଉଛି,


ରଙ୍ଗୀନ ପାଣି ବିକିବା ଲୋକଙ୍କୁ

ସର୍କାର ପୁରସ୍କାର ଦେଉଛି

ଜାଣି ପାରିନାହିଁ ଆମ ସରକାର

କେତେ ଘର ଭାଙ୍ଗି ଯାଉଛି,


କାହାକୁ କହିବା କିଏବା ଶୁଣିବ

ରାଜନୀତି ଖେଳ ଚାଲିଛି

ଭୋଟର ବାପୁଡା ନିଜ ଭୋଟ ବିକି

ନିଜେ ତ କିଳାକୁ ଡାକିଛି...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract