STORYMIRROR

Niranjan Sahu

Inspirational

3  

Niranjan Sahu

Inspirational

ପିଲାଛୁଆ ସଙ୍ଗେ ଚଳିବୁ....

ପିଲାଛୁଆ ସଙ୍ଗେ ଚଳିବୁ....

1 min
227

*ପିଲାଛୁଆ ସଙ୍ଗେ ଚଳିବୁ.....*


ପିଇନା ପିଇନା ମଦ ଆରେ ଧନ     

       ପିଇନା ପିଇନା ମଦ

ମଦ ପିଇଦେଲେ ଗଧ ହେଇଯିବୁ

       ଆସିଯିବ ତୋତେ ନିଦ,,,


ବାଟରେ ଘାଟରେ ନାଳ ନର୍ଦମାରେ 

       ମଦପିଇ ଗଡି ପଡ଼ିବୁ

ଦିନଯାକ ଖଟି ଯେତେ ଅରଜିଲେ

       ଭିକାରି ଭଳିଆ ଚଳିବୁ,,,,


ପିଲା ମାଇକିନା ସର୍ବଦା କାନ୍ଦିବେ

        ଖାଇବାକୁ ମିଳିବନି

ପିନ୍ଧିବାକୁ ଖଣ୍ଡେ ତାଙ୍କୁ ମିଳିବନି

       ହେଉଥିବେ ହିନୀମାନି,,,


ପାଠ ଶାଠ ପିଲେ ଜମା ପଢିବେନି

       ବୁଲିବେ ବାର ଦୁଆର

ତୋହରି ପାଇଁ ଯେ ତୋର ପିଲାମନେ

         ହୋଇଯିବେ ନିରକ୍ଷର,,,


ବାହା ତୁ ହୋଇଲୁ ସଂସାର କରିଲୁ

        ହୋଇଗଲୁ ତୁହି ବାପା

ମଦ ପିଇ ପିଇ ତୁ ଘୁରି ବୁଲିଲେ

       ପିଲେ ହୋଇଯିବେ ଖପା,,


ପିଲେ ବଡ଼ହେଲେ ଘରୁ ତଡିଦେବେ

       ହିଡ଼ି ଗିଡି ହୋଇ ବୁଲିବୁ

ମଦ ପିଇ ପିଇ ବୁଲୁଛୁ ଏବେ

      ସେତେବେଳେ ମଜା ପାଇବୁ,,


ମଦ ଛାଡି ଦେଇ ପିଲାଛୁଆ ପାଇଁ

        ଏବେ ଠାରୁ ଚିନ୍ତା କରିବୁ

ବୁଢା ହେବୁ ଯେବେ ଖୁସିରେ ଖୁସିରେ

         ପିଲାଛୁଆ ସଙ୍ଗେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational