Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Panda

Inspirational Others

4.5  

Pranati Panda

Inspirational Others

ମହା ଶିବରାତ୍ରୀ

ମହା ଶିବରାତ୍ରୀ

1 min
370



ଆସିଛି ଜାଗର ହେବି ଉଜାଗର 

ଦୀପାଳି ଜାଳି ବସିବି ,

ବେଲପତ୍ର ତୋଳି ଗଙ୍ଗା ଜଳ ଢ଼ାଳି 

କ୍ଷୀର ଲବଣୀ ଅର୍ପିବି।୧।


ପ୍ରଭୁ ଆଶୁତୋଷ ଦୁର୍ଦ୍ଦୁରା, ଗଇଶ 

ପୁଷ୍ପ ଅର୍ପଣ କରିବି ,

ଆହେ ! ତ୍ରିଲୋଚନ ହେ! ନନ୍ଦି ବାହନ

ଏ, ହୃଦ' ସମର୍ପି ଦେବି।୨।


ସମୂହ ଜୀବନ ତୁମରି ତ ଦାନ

ତୁମ କୃପା ସଦା ମାଗେ ,

ଏ ମାୟା ବନ୍ଧନେ ସଂସାରୀ ଜୀବନେ 

ଅନ୍ଧାର ନଆଣ କେବେ ।୩


ଆହେ ମହାଦେବ ତୁମେ ସଦାଶିବ

ପଶୁପତି ଉମାକାନ୍ତ,

ମହା ଶିବରାତ୍ରୀ ଚିତ୍ତେ ଭକ୍ତି ସ୍ମରି

ପୂଜନ୍ତି ତୁମକୁ ଭକ୍ତ । ୪।


ଜୀବନେ ପୁଣ୍ୟତା ଆଣେ ଏକାଗ୍ରତା

ତବ ଏହି ଉପାସନା ,

ଲଭି ସୁଖ ଶାନ୍ତି ଜୀବ ପାଏ ମୁକ୍ତି

କରି ପୂଜା ଆରାଧନା।୫।


ଆହେ ଶିବ ଶିବ ତୁମ ମହାଦୀପ

ଉଜ୍ବଳ ଆଲୋକେ ଆଜି,

କରି ଶ୍ରେଷ୍ଠ ବ୍ରତ ହୋଇଣ ଜାଗ୍ରତ

ଆଶିଷରେ ଯାଉ ଭିଜି।୬।


ଏ ସାରା ସଂସାର ମାୟା ପାରାବାର 

ଉଦ୍ଧାର ହେ! ମହାଦେବ,

ସମଗ୍ର ବସୁଧା କାହାର କି , ବାଧା 

ବିପତ୍ତି ହର ହେ ! ଦେବ ।୭।


ପ୍ରଭୁ ଆଶୁତୋଷ ହୋଇବ ହରଷ

ଶାନ୍ତି ଲଭୁ ଧରାଧାମ ,

ହେ !ଶିବ ଶଙ୍କର ଚରଣେ ତୁମର

ଘେନିବ କୋଟି  ପ୍ରଣାମ ।୮।

 


Rate this content
Log in

Similar oriya poem from Inspirational