STORYMIRROR

Suresh chandra Padhy

Inspirational

4  

Suresh chandra Padhy

Inspirational

ଜାଗର ରାତି

ଜାଗର ରାତି

1 min
403


ଚାଲଲୋ ସଜନୀ ଯିବା 

        ଶିବ ମନ୍ଦିର

ଆଉ କରନା ଲୋ ଡେରି

        ହେଲା ଉଛୁର

ବରଷକେ ପୁଣି ଧରାକୁ ଆସିଛି

       ଜାଳି ଦେବା ଜାଗର

ବର ଯାଚି ଦେବେ ଭୋଳା ଶଙ୍କର।


କେତେ ଦିନରୁ ଚାହିଁ ରହିଥିଲୁ

    ଆସିବ କେବେ ସେ ରାତି

କେତେ ଦୂର ଯାଇ ଖୋଜି ଆଣିଲୁ

    ଚଢାଇ ଦେବୁ କେତକୀ

ସବୁ ଅଭିଳାଷ ପୂରଣ ହୋଇବ

     ଗୁନ୍ଥି ଦେବୁ ଚମ୍ପା ହାର

ବର ଯାଚି ଦେବେ ଭୋଳା ଶଙ୍କର।


ଶିବଙ୍କ ନାମକୁ ତୁଣ୍ଡେ ଧରିଥିବୁ

      ତୋ ମନେରଖି ଭକତି

ସବୁ ଜଞ୍ଜାଳକୁ ଭୁଲି ଆସିଥିବୁ

     ଭବରୁ ହେବୁ ମୁକତି

ମହା ଦୀପ ଲୋ ଦର୍ଶନ ହୋଇବ

        ରହିଥିବୁ ଉଜାଗର

ବର ଯାଚି ଦେବେ ଭୋଳା ଶଙ୍କର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational