Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nilamani Thapa

Inspirational Others

4  

Nilamani Thapa

Inspirational Others

ଶରୀର ଶୁଦ୍ଧି ଓ ଆତ୍ମଶୁଦ୍ଧି

ଶରୀର ଶୁଦ୍ଧି ଓ ଆତ୍ମଶୁଦ୍ଧି

1 min
338



ଜୀବିତ ବସ୍ଥାରେ ଶରୀର ଶୁଦ୍ଧିର

ଅଟେ ନିତାନ୍ତ ଜରୁରୀ

ଶରୀର ସୁରକ୍ଷା ନିଜର ଦାୟିତ୍ବ

କେହି ନୁହନ୍ତି କାହାରି ।


ନିଜକୁ ସମର୍ପି ପରହିତ କାର୍ଯ୍ୟ

ଅଟଇ କଲ୍ଯଣ କାରୀ

ନିଜର ଭାବିକି ଜୀବ ଜଗତକୁ

ସଭିଙ୍କୁ ଦେବା ସୁଧାରି ।


ଶରୀର ଶୁଦ୍ଧିର ଲକ୍ଷଣ ଟି ହେଲା

ବ୍ରହ୍ମା ମୂହୁର୍ତ୍ତ ର ସ୍ନାନ

ପ୍ରତ୍ୟେହ ସକାଳ ପୂର୍ବ ସମୟ ଟା

ଏହାହିଁ ତାର କାରଣ ।


ସୁସ୍ଥ ତା ଜୀବନ ଶରୀର ପାଇଁ କି

ବ୍ଯୟାମ ଓ ୟୋଗାସନ

ଆତ୍ମାକୁ ସର୍ବଦା ଶାନ୍ତନା ମିଳଇ

ହୁଅଇ ତ ପ୍ରୟୋଜନ ।


କୁହନ୍ତି କଥାରେ ଆତ୍ମା ର ସକଳେ

ହୁଅଇ ସର୍ବସ୍ବ ର ଶୁଦ୍ଧି

ଅତି ବାହିତ ଜୀବନ ଶୈଳିକୁ ରେ

ନିଜେ ଖଟେଇବା ବୁଦ୍ଧି ।


ମୁନି ଋଷି ଗଣେ ଶରୀର ଶୁଦ୍ଧିକୁ

ଦିଅନ୍ତି ସର୍ବଦା ଧ୍ଯାନ

ଧ୍ଯାନର ବଳରେ କଷ୍ଟ ସାଧ୍ଯ କାର୍ଯ

ନହୁଅଇ କେବେ ଭଗ୍ନ ।


ଅତି କଷ୍ଟ ସାଧ୍ଯ କର୍ତବ୍ଯ କରନ୍ତି

ଶରୀର ଶୁଦ୍ଧି ନିୟମ

ନିରୋଗ ଏହାର ଲକ୍ଷଣ ଅଟଇ

ଏହା ତାଙ୍କରି ବିଧାନ ।


ଏକାନ୍ତ ଚିତ୍ତରେ କଛିଟା ସମୟ

ଶରୀର ପାଇଁକି ହିତ

କିଛିଟା ମାନିବା ଆତ୍ମା ଶୁଦ୍ଧି ଲାଗି

ନୁହଇ ତାହା ଅହିତ ।


ଭୋଜନ ସମୟେ ସର୍ବଦା ଭୁଞିବା

ଏହା ହିଁ ଆମର ଲକ୍ଷ

ଶୂନ୍ୟତା ପେଟରେ ଶରୀର ଅହିତ

ନ ହେବା କେବେବି ଦକ୍ଷ ।


ସୁସ୍ଥ ନିରାମୟ ଜୀବନ ଶୈଳୀରେ

ଆତ୍ମା ନ ହେବ ଅଶୁଦ୍ଧି

ନୀତି ନିୟମକୁ ମାନିକି ଚାଲିଳେ

ଶରୀର ହୋଇବ ଶୁଦ୍ଧି ।


Rate this content
Log in

Similar oriya poem from Inspirational