ଜ୍ୟୋତି ଜ୍ୟୋତି ଟିଏ ମୁଁ
ଜ୍ୟୋତି ଜ୍ୟୋତି ଟିଏ ମୁଁ
ଜ୍ୟୋତି ଟିଏ ମୁଁ ଜ୍ୟୋତି ଟିଏ
ଜ୍ୟୋତିରିଙ୍ଗନ ର ଜ୍ୟୋତି ଟିଏ l
ଜୁଳୁ ଜୁଳୁ କରି ଆଲୋକ ଦେଖାଏ
ସେ ଆଲୋକେ ମୁହିଁ ଶାନ୍ତି ପାଏ l
କୁନି ଜୀବ ଟିଏ ମୋତେ କରି
କି ଲାଭ ବା କରେ ମୁଁ କାହାରି l
ଗଗନ ବୁକୁରେ ଉଡିଉଡି
କେବେ ପଡି ଯାଏ ମୁହିଁ ଝଡି l
ହିସାବ ତ କେହି ରଖେ ନାହିଁ
ତଥାପି କେବେ ମୁଁ ଡରେ ନାହିଁ l
ଅମାବାସ୍ୟା ଅନ୍ଧକାରେ ମୁହିଁ
ଜ୍ୟୋତି ପ୍ରକାଶଇ ରହିରହି ।
ପଥିକ ପ୍ରବର ଶାନ୍ତି ପାଏ
ଯେବେ ମୋତେ ସିଏ ଦେଖିଦିଏ l
ଭାବୁକ ତ ଅନ୍ଧକାରେ ବସି
ମୋ ନାମେ କବିତା ଲେଖିଯାନ୍ତି ।
କାହା ଉପକାରେ ଆସେନାହିଁ
ତଥାପି ମୁଁ କେବେ ଡରେ ନାହିଁl
କୁନି ଜ୍ୟୋତି ଟିଏ ମୋତେ କଲ
ଅନ୍ଧକାରେ ମୋତେ ଛାଡିଦେଲ l
ମୋ ପଛେ ଆଲୋକ ଲଗାଇଲ
ମୋତେ କିନ୍ତୁ ତା ନ ଜଣାଇଲ l
ମୋ ଭିତରେ ଆଲୋକ ଟି ଅଛି
ମୁଁ କିନ୍ତୁ ଅନ୍ଧାରେ ଚାଲୁଅଛି l
ଖୋଜି ଖୋଜି ମୁହିଁ ଆଲୋକକୁ
ଥକି ଗଲେଣି ମୁଁ ଉଡିବାକୁl
ଇଶ୍ୱର ଙ୍କ ଦୟା ଯେବେ ହେବ
ମୋଜ୍ୟୋତି ଦର୍ଶନ ତ ମିଳିବ l
ଜନ ଉପକାରେ ଆସିଗଲେ ଥରେ
ଜୀବନ ସାର୍ଥକ ମୋର ହେବ l