Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Alhadini Panigrahi dash

Inspirational

4  

Alhadini Panigrahi dash

Inspirational

ଦଶ୍ ଟା ଫୁଲ୍ ର୍ ଗୁଟେ ମାଲ୍

ଦଶ୍ ଟା ଫୁଲ୍ ର୍ ଗୁଟେ ମାଲ୍

1 min
288



ଫଗୁନ୍ ଆଏଲା , ଫଲସା ର୍ ଡାଲେ

ଦୁଲି ଖେଲି ହଲି ଝୁଲି 

କୁଇଲି ଗାଏଲା ଆମ୍ ଗଛ୍ ଡାଲେ

ଜଏ ଭୋଲେନାଥ୍ ବୋଲି ।


ଗୁଡିମାନେ ଦେଖ ସଜେଇ ହେଲେନ

ତୁମେ ତ ଆଏବ ବୋଲି

 ମାଉସୀ ,ପିଉସୀ ହୁଲ୍ ହୁଲି ଦେଇ

ଦେଲେନ ଜାଗର୍ ଜାଲି ।


ଜାଗର୍ ଉଜାଲା ଫେଏଲେଇ ଦିଅ

ମାଟି ନୁ ଆକାଶ୍ ପତେ

ସେ ଉକିଆ ଥି ମେଟି ଯାଉ ପରଭୁ

ହିଁସା ଅହକାର୍ ଯେତେ ।


ଡମ୍ ଡମ୍ ଡମ୍ ଡମ୍'ରୁ ବଜେଇ 

ଆସ ଆସ ମହାଦେବ୍

ଡମ୍'ରୁ ଶବଦେ ଥରି ହଲି ଯାଉ

ପାପ୍ ,ପାପୀ ର୍ ହୁରେଦ୍ ।


ତୁମର୍ ଧାରୁଆ ତିର୍ଶୁଲ୍ ମୁନେ

ଭୁଷି ଦିଅ ଯେତେ ଅସତ୍

ସତ ର୍ ଧରମେ ବାଟ୍ ଚାଲ୍'ଲେ 

ସମ୍'କର୍ ହେବା ବର୍'କତ୍ ।


ତୁମର୍ ଜଟା ନୁ ଝରେଇ ଦିଅ ହେ

ଶାନ୍ତି ର୍ ଗଙ୍ଗା ର୍ ଧାର୍

ସେ ଅମରୁତ୍ ଝରନ୍ ର୍ ଧାରେ 

ରୁଗ୍ ,ଦୂଖ୍ ହେଉ ପାର୍ ।


ତୁମର୍ ମୁଡ୍ ଆଡୁ ଚନ୍ଦ୍ର ଦେବତା

ହସୁଥାଉନ୍ ମୁଲ୍ ମୁଲ୍

ସେ ମଧୁର୍ ହସି ଶିତ୍'ଲେଇ ଦେଉ

ରାଗ୍ ,ରିଷ୍'ମି କଲ୍ କଲ୍ ।


ଜଏ ମହାଦେବ୍ ,ଜଏ ହୋ ଶଙ୍କର୍ 

ଜଏ ହୋ ମଶାନ୍ ବାସୀ

ସଂସାର୍ ଦୂଖ୍ କେ ଧୁନୀ ଜାଲି ଦେଇ 

ସେ ଖାର୍ ଦିଅ ମାଖି ।


ଏତ୍'କି ଗୁହାରୀ ମହାଦେବ୍ ବାବା

କରୁଅଛେଁ ଆହ୍ଲାଦିନୀ

ସଂସାର୍ ଜାକିର୍ ସୁଖେ ରଖିଥିବ

ଫଲ୍ ଦେବ ମନ୍ ଜାନି ।


ଦଶ୍ ଟା ପଦ୍ କେ ଫୁଲ୍ ଭାବିକରି

ମନ୍ ବଗିଚା ନୁ ତୁଲି

ଭାବର୍ ସୁତା ଥି ମାଲ୍ ଗୁନ୍ଥି ଦେଇ

ତୁମକୁ ଚଢେଇ ଦେଲି ।


Rate this content
Log in

Similar oriya poem from Inspirational