STORYMIRROR

Alhadini Panigrahi dash

Others

4  

Alhadini Panigrahi dash

Others

ଶିଳା.. ଶିଳ୍ପୀ.. ସୣଷ୍ଟି

ଶିଳା.. ଶିଳ୍ପୀ.. ସୣଷ୍ଟି

1 min
0

**ଶିଳା..ଶିଳ୍ପୀ... ସୣଷ୍ଟି...** ****************-*-**- .ସୁନୀଳ ସଲୀଳ ସାଗର କୂଳ ରେ
ସଗୈlରବେ ହେlଇଛିଡା
ସୁବର୍ଣ୍ଣ ଯୁଗ ର ଇତିହାସ ଗାଏ
 କେlଣାର୍କ ର ଭଗ୍ନ ଚୁଡା l
 ବାରଶ ବଢେଇ ବାର ବର୍ଷ ଭେlଗି
 ବିରହ ବ୍ୟଥା ର ଦାଉ
 ଶିଳା ରେ ଶିଳା ରେ ରଚିଦେଇ ଗଲେ
 ଚିର ବସନ୍ତ ର ଢେଉ l
 ଶିଳା ର ସହିତେ ଶିଳା ପାଲଟିଲେ
 କେତେ ଯେ ଶିଳ୍ପୀ ବଧୂ
ପୂର୍ଣ୍ଣ ଯୈlବନେ ସନ୍ୟାସିନୀ ସାଜି
ଭୁଲିଗଲେ ପ୍ରିତୀ ମଧୂ l
 ଯୁବ କାରିଗର ନିହାଣ ମୂନରେ
 ସମୟ କୁ ବାନ୍ଧୁଥାଏ
ପାଷାଣ ଦେହ ରେ ଜୀବନ ର ସତ୍ୟ
ସ୍ପନ୍ଦନ ତେlଳୁଥାଏ l
 ଶିଳା ର ଦେହ ରେ ଶିଳ୍ପୀ ଲେଖୁଥାଏ
ପ୍ରେମିକ ମନର ବ୍ୟଥା
 ଶିଳା କହୁଥାଏ ତ୍ୟାଗ ର କାହାଣୀ
 ଵ୍ରହ୍ମଚର୍ଯ୍ୟ ର ଗାଥା l
 ଶିଳ୍ପୀ ର କମ୍ପିତ କର ଲେଖୁଥିଲା
ଜୀବନ ର ସ୍ବପ୍ନ ଭଗ୍ନ
ମନ୍ଦିର ଗାତ୍ରରେ ନର୍ତ୍ତକୀ ଓଠ ରେ
 ଅସଂପୂର୍ଣ୍ଣ ପ୍ରେମ ଚିହ୍ନ l
 ସ୍ବେଦ ଓ ଲୁହ ର ଫେଣ୍ଟାଫେଣ୍ଟି ରଙ୍ଗ
 ଶିଳା ପରେ ପଡେ ଝରି
ନିର୍ଜୀବ ପାଷାଣ ଲଭେ କି ଜୀବନ
 ସେ ଅମୃତ ପାନ କରି l
 ଆଜି ଯେବେ ଆମେ ଦେଖୁଅଛୁ ସର୍ଵେ
 କଳା ର ଅପୂର୍ବ କିର୍ତ୍ତୀ
 ସେ କଳା ଦେଖିଛି ତା ସ୍ରଷ୍ଟା ଗଣଙ୍କ
 ଚାପା କେlହ ଭର୍ତ୍ତି ଛାତି l
 ଧନ୍ୟ ଧନ୍ୟ ଶିଳ୍ପୀ ଧନ୍ୟ ହେ ରାଜନ
 ଇତିହାସ ଗାଉଥାଏ
ସୀତା ମହାରାଣୀ, ଶିଳ୍ପା ସୁନ୍ଦରୀ
ତ୍ୟାଗ ରହେ ଆଢୁଆଳେ l
 ଶିଳ୍ପୀ କମଳ ମହାରଣା ପତ୍ନୀ
 ଚନ୍ଦ୍ରଭାଗା ର ସ୍ମୃତି
 ଚନ୍ଦ୍ର ଉଦୟେ କେତକୀ ବନ ରେ
 ତା ଛାଇ ଜଗାଏ ଭିତୀ l
 ଆଜି ଅର୍କ କ୍ଷେତ୍ରେ ଛିଡା ହେlଇ ମୁଁ ଯେ
 ନିର୍ବାକ ପାଲଟିଛି
ସ୍ରଷ୍ଟା ଓ ସୣଷ୍ଟି ର ବ୍ରହ୍ମ ତେଜ କୁ
 ହୣଦେ ସାଇତି ରଖୁଛି l
 ଶିଳ୍ପୀ ଙ୍କ ଶିଳ୍ପ ଲୁପ୍ତ ନ ହେଉ
 ମହାକାଳ ର ନିର୍ଦ୍ଦେଶେ
 କାଳଜୟୀ ହେlଇ କେlଣାରକ ରହୁ
 ଏଇ ଉତ୍କଳ ପ୍ରଦେଶେ l
 💐💐💐💐💐💐
ଆହ୍ଲାଦିନୀ ପାଣିଗ୍ରାହୀ ଦାଶ ସଇନ୍ତଲା, ଵଲାଙ୍ଗୀର


Rate this content
Log in