STORYMIRROR

Alhadini Panigrahi dash

Inspirational

3  

Alhadini Panigrahi dash

Inspirational

ନିଷ୍ଠୁର ନିଦାଘ

ନିଷ୍ଠୁର ନିଦାଘ

1 min
29


ନି- ନିଷ୍ଠୁର ନିଦାଘ ଯେହ୍ନେ ହିଂସ୍ର ବାଘ

       ଆଖି ଜଳେ ଦାଉ ଦାଉ

   ନିରିମାଖି ମୋର ଧରଣୀ ମାଆ ଲୋ

      ଅଗ୍ନି ବର୍ଷା ସହିଯାଉ ାା୧ାା


ଷ୍ଠୁ - ଷଡ ଋତୁ ମଧ୍ୟେ ଏ ଗ୍ରୀଷମ ଋତୁ

      ପ୍ରଥମ ରେ ଆସିଥାଏ

   କାହା ପାଇଁ ଖୁସି କାହା ପାଇଁ ଦୂୂ8ଖ

       ତା ଅଣ୍ଟି ରେ ଖୋସି ଥାଏ ାା୨ାା


ର- ରହିଯା ଗ୍ରୀଷମ ବୋଲି ପଢାଛୁଏ

     ତୋତେ କରନ୍ତି ବିନତୀ

  ତୋ ଥିବାଯାଏ ତାହାଙ୍କର ଛୁଟି

     ଏକଥା ସେ ଜାଣିଛନ୍ତି ାା୩ାା

      


ନି- ନିତି ଦିପହରେ ଦହି ପଖାଳ କୁ

     ଭଜା,ଶାଗ ଲୋଡାହୁଏ

  ସଂନ୍ଧ୍ୟା ଆଗମନେ ଥଣ୍ଡା ସରବତ 

    ଦୋକାନ ରେ ଭିଡ ଜମେ ାା୪ାା


ଦା-- ଦାଇବା ପାଇଁକି ବୁଣିବା ଜରୁରୀ

      ଏକଥା ଟି ହେଜିଥିବା

   ଗଛ ଲଗାଇଣ ପ୍ରକୃତି ରେ ଆମେ

      ସବୁଜିମା ଭରିଦେବା ାା୫ାା


ଘ-ଘନ ଜଙ୍ଗଲ ରେ ମହୀ କୁ ସଜାଇ

     କଷ୍ଟ ଲାଘବ କରିବା

  ଜଳ ର ସ୍ତର ବି ଶୁଖିବନି ଆଉ 

    ନ ସହିବା ଜଳ ପୀଡା ାା୬ାା


ନିଜେ କଷ୍ଟ ସହି ଗ୍ରୀଷମ ଋତୁ ଟି

   ମେଘ ପାଇଁ ଜଳ ସଂଚେ

ଜଗତ ମଙ୍ଗଳ ପାଇଁ କି ନିଷ୍ଠୁର

   ଅପବାଦ ପାଇ ବଂଚେ ାା୭ାା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational