ପର୍ବ ପର୍ବାଣୀ
ପର୍ବ ପର୍ବାଣୀ
ଜୟ ପ୍ରଭୂ ସଙ୍କଟ ମୋଚନ ହନୁମାନ
ଜୟ ଜୟ ଜୟ ସଙ୍କଟ ମୋଚନ
ଜୟ ବୀର ହନୁମାନ
ଆଜି ପରି ଦିନେ ପଣା ସଂକ୍ରାନ୍ତି ରେ
ତୁମରି ଜନମ ଦିନ ।
ନବବର୍ଷ ରୁପେ ପାଳନ୍ତି ସଭିଏଁ
ହର୍ଷୋଲ୍ଲାସେ କଟେ ଦିନ
ନୂତନ ପଞ୍ଜିକା ପ୍ରଚିଳିତ ହୁଏ
ଧରି ନବ ତିଥି ଲଗ୍ନ ।
ତୁମରି ମହିମା ତୁମ ଗୁଣ ସୀମା
ବର୍ଣ୍ଣି ବା ପାରିବ କିଏ
ଯାହାର ମୁହଁ ରେ ସଦା ସରବଦା
ଶ୍ରୀରାମ ଙ୍କ ଜଏ ଜଏ ।
ରାମଛବି ଶୁନ୍ୟ ସୀତା ଦାନ ମାଳ
ତୁମେ କଲନି ଗ୍ରହଣ
ଛାତି ଚିରି ଦେଇ ,ଦେଇଥିଲ ତୁମେ
ରାମ ଭକ୍ତି ର ପ୍ରମାଣ ।
ଭକତି ରେ ଯେଉଁ ଶକତି ନିହିତ
ତୁମେ ତା ଉଦାହରଣ
କାଳ କାଳ ପାଇଁ ରାମ ଭକ୍ତ ରୁପେ
କରୁଛୁଁ ସର୍ବେ ବନ୍ଦନ ।
ସଙ୍କଟ ମୋଚନ ଆହେ ହନୁମାନ
ଘେନ ଘେନ ନିବେଦନ
ଦୂରେଇ ଦିଅହେ ଯେତେ ରୋଗ ଦୁ8ଖ
ଖୁସି ରେ କଟୁ ଜୀବନ ।
ହେ ଅଞ୍ଜନା ସୁତ ପବନ ତନୟ
ତୁମେ ଅଜର ଅମର
ଏ ସାରା ସଂସାରେ ଅମୃତ ଭରି
ଅନିତୀ କୁ ଦୂର କର ।
ସର୍ବ ସଙ୍କଟ ରୁ ଉଦ୍ଧାରିବା ହେଉ
ଆହେ ସଙ୍କଟ ମୋଚନ
ତୁମ୍ଭ ଶ୍ରୀ ପୟରେ ଅର୍ପଣ କରୁଛି
ମୋ ଶବ୍ଦ ଶ୍ରଦ୍ଧା ସୁମନ. ାାା
